ଜେଇଇ ମେନ୍ ଓ ନିଟ୍ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଜାରି, ପରୀକ୍ଷା ହେଉଥିବା ସହରରେ ହେବ ନାହିଁ ଲକଡାଉନ୍

ଭୁବନେଶ୍ୱର : ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମା ଅନୁସାରେ ପରୀକ୍ଷା ହେଉଥିବା ସହରରେ କୌଣସି ଲକଡାଉନ ବା ସଟଡାଉନ ହେବ ନାହିଁ । ଅଗଷ୍ଟ ୩୦ ତାରିଖରୁ ସେପଟେମ୍ବର ୭ ତାରିଖ ଯାଏଁ ଓ ୧୨ ସେପଟେମ୍ବରରୁ ୧୪ ସେପଟେମ୍ବର ଯାଏଁ ଲକଡାଉନ ହେବ ନାହିଁ ।

ପରୀକ୍ଷାର୍ଥୀ ଓ ପରୀକ୍ଷାରେ ଜଡିତ ବ୍ୟକ୍ତିଙ୍କ ଯାତାୟତରେ କଟକଣା ରହିବ ନାହିଁ । ସେମାନେ ଆଡମିଟ୍ କାର୍ଡ ଦେଖାଇ ଯାତାୟତ କରିପାରିବେ । ପରୀକ୍ଷା ହେଉଥିବା କେନ୍ଦ୍ର କୋଭିଡ ଗାଇଡଲାଇନ ପାଳନ କରିବେ । ଗାଇଡଲାଇନ ପାଳନ ହେଉଛି କି ନାହିଁ , ତାହା ଉପରେ ନଜର ରଖିବ ଜିଲ୍ଲା ପ୍ରଶାସନ ।

Comments are closed.