କୋଭିଡ୍ ହସ୍ପିଟାଲ ଗୁଡିକରେ ଅଗ୍ନି ନିରାପତ୍ତା ଅଡିଟ୍ କରିବାକୁ ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ – କୋଭିଡ୍ ହସ୍ପିଟାଲ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅଡିଟ୍ କରିବାକୁ ସବୁ ରାଜ୍ୟ ମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା ଚାରି ସପ୍ତାହ ମଧ୍ୟରେ ଅଗ୍ନିଶମ ବିଭାଗରୁ ଅନୁମତି ପତ୍ର (ଏନ୍‌ଓସି) ଆଣିବାକୁ ସବୁ କୋଭିଡ୍ ହସ୍ପିଟାଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିରେ ଅବହେଳା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି । ଜଷ୍ଟିସ୍ ଅଶୋକ ଭୂଷଣଙ୍କ ନେତୃତ୍ୱାଧୀନ ଏକ ଖଣ୍ଡପୀଠ କହିଛନ୍ତି ଯେ, ଯେଉଁ କୋଭିଡ୍ ହସ୍ପିଟାଲ ଗୁଡିକର ଏନ୍‌ଓସି ବୈଧତା ଶେଷ ହୋଇଯାଇଛି, ସେମାନେ ଚାରି ସପ୍ତାହ ଭିତରେ ଏହାର ନବୀକରଣ କରିବାକୁ ପଡିବ । ଗତ କିଛି ମାସରେ ଦେଶର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ରେଗୀଙ୍କ ଜୀବନ ଯାଇଛି । ମାସକ ତଳେ ଗୁରାଜଟର ରାଜକୋଟରେ ଏକ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୧୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାର ସଂଜ୍ଞାନ ନେଇ ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.