ଉତ୍ତରାଖଣ୍ଡ ହିମସ୍ଖଳନ: ଆଉ ତିନି ପର୍ବତାରୋହୀଙ୍କ ମୃତଦେହ ମିଳିଲା, ୧୯ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଡେରାଡୁନ୍: ଉତ୍ତରାଖଣ୍ଡର ଉତ୍ତରାକାଶି ସ୍ଥିତ ଦ୍ରୌପଦୀ ଦଣ୍ଡା-୨ ପର୍ବତରୁ ଆଉ ତିନି ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଥିସହ ହିମସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ନେହେରୁ ପର୍ବତାରୋହଣ ତାଲିମ ଅନୁଷ୍ଠାନ (ଏନ୍ଆଇଏମ୍) ତରଫରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି ।

ହଠାତ୍ ହିମସ୍ଖଳନ ହେବାରୁ ମଙ୍ଗଳବାର ଦ୍ରୌପଦୀ ଦଣ୍ଡା-୨ ପର୍ବତର ୧୭ ହଜାର ଫୁଟ ଉଚ୍ଚରେ ଏନ୍ଆଇଏମ୍ ର ଏକ ପର୍ବତାରୋହୀ ଦଳ ଫସି ଯାଇଥିଲେ। ଘଟଣା ଦିନ ଚାରି ପର୍ବତାରୋହୀଙ୍କ ଶବ ମିଳିଥିଲା । ପୁଣି ଗୁରୁବାର ସନ୍ଧ୍ୟାରେ ୧୨ ମୃତଦେହ ଉଦ୍ଧାର କରାଯାଇଥିଲା ।

ଅନୁଷ୍ଠାନର ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୧୭ ଜଣ ଟ୍ରେନି ଥିବାବେଳେ ଦୁଇଜଣ ଟ୍ରେନର ଅଛନ୍ତି। ଏବେ ବି ୧୦ ଜଣ ଟ୍ରେନି ନିଖୋଜ ଅଛନ୍ତି। ହିମସ୍ଖଳନ ସ୍ଥାନରେ ସର୍ଚ ଅଭିଯାନ ଜାରି ରହିଛି । ଏହି ଅଭିଯାନରେ ସେନା, ବାୟୁସେନା, ଏନ୍ଆଇଏମ୍, ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି), ହାଇ ଅଲ୍ଟିଚ୍ୟୁଡ ଓ୍ବାରଫେୟାର ସ୍କୁଲ (ଜେ ଆଣ୍ଡ କେ), ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଟିମ୍ ଏବଂ ଜିଲ୍ଲା ପ୍ରଶାସନ ନିୟୋଜିତ ଅଛନ୍ତି।

Comments are closed.