ଗଞ୍ଜାମ ଜିଲ୍ଲାକୁ ବ୍ରିଟେନରୁ ଫେରିଛନ୍ତି ୩ ଜଣ, ଜିଲ୍ଲାପାଳଙ୍କ ସୂଚନା, ଜାନୁଆରୀରେ ଖୋଲିବ ତାରାତାରିଣୀ ମନ୍ଦିର

ବ୍ରହ୍ମପୁର- ବ୍ରିଟେନରୁ ଗଞ୍ଜାମ ଜିଲ୍ଲାକୁ ୩ ଜଣ ଫେରିଛନ୍ତି । ଜଣଙ୍କର ରିପୋର୍ଟ ନେଗେଟିଭ ଆସିଛି । ଆଉ ଦୁଇ ଜଣଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ ଚାଲିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ସାମଗ୍ରିକ ଭାବେ ଗଞ୍ଜାମ ଜିଲ୍ଲାରେ କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ଜିଲ୍ଲାରେ ଏବେ ମାତ୍ର ୨୧ ଜଣ କୋରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି ବୋଲିି କୁଲାଙ୍ଗେ କହିଛନ୍ତି ।

କୋରୋନାର ଦ୍ୱିତୀୟ ସଂକ୍ରମଣର ପ୍ରଭାବ ନାହିଁ ବୋଲି ଜିଲ୍ଲାପାଳ କୁଲାଙ୍ଗେ କହିଛନ୍ତି । ଜିଲ୍ଲାରେ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ସୋମବାର ଦିନ ବୈଠକ ହେବ । ଜାନୁଆରୀ ପ୍ରଥମ ସପ୍ତାହରେ ତାରାତାରିଣୀ ମନ୍ଦିର ଖୋଲିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଅନ୍ୟ ସବୁ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।

Comments are closed.