ମାଆ ହେଲେ ଟିନା ଡାବି, ପୁତ୍ର ସନ୍ତାନକୁ ଦେଲେ ଜନ୍ମ

ଜୈସଲମେର୍: ଚର୍ଚ୍ଚିତ ଆଇଏଏସ୍ ଅଧିକାରୀ ତଥା ୨୦୧୫ ବ୍ୟାଚ୍ ଟପ୍ପର ଟିନା ଡାବି ପ୍ରଥମ ଥର ମାଆ ହୋଇଛନ୍ତି | ବର୍ତ୍ତମାନ ଜୈସଲମେର ଜିଲ୍ଲାପାଳ ଥିବା ଟିନା ଡାବି ଜୟପୁରର ଏକ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।

ସୂଚନାଯୋଗ୍ୟ, ଟିନା ଡାବି ଗତ ବର୍ଷ ଏପ୍ରିଲରେ ଆଇଏଏସ୍ ଅଧିକାରୀ ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିଥିଲେ । ଏହା ଟିନାଙ୍କ ଦ୍ବିତୀୟ ବିବାହ ଥିଲା । ଟିନାଙ୍କଠାରୁ ପ୍ରଦୀପ ଗୱାଣ୍ଡେ ୧୩ ବର୍ଷ ବଡ଼।

ଟିନା ଡାବି ହେଉଛନ୍ତି ୨୦୧୫ ବ୍ୟାଚର ଆଇଏଏସ୍ ଅଧିକାରୀ | ଆଇଏଏସ୍ ଟପର ହେବାରେ ଟିନା ପ୍ରଥମ ଦଳିତ | ଗତ ବର୍ଷ ଜୁଲାଇରେ ଟିନା ଡାବି ଜୈସଲମେର ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିଲେ। ଏହାପୂର୍ବରୁ ସେ ରାଜସ୍ଥାନ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଥିଲେ । ସୋସିଆଲ ମିଡିଆରେ ଟିନା ଡାବିଙ୍କର ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି | କେବଳ ଇନଷ୍ଟାଗ୍ରାମରେ ହିଁ ତାଙ୍କର ୨୦ ଲକ୍ଷରୁ ଅଧିକ ପ୍ରଶଂସକ ଅଛନ୍ତି। ଟିନା ଡାବି ୨୦୧୮ରେ ତାଙ୍କ ବ୍ୟାଚ୍ ମେଟ୍ ଅତର୍ ଅମିର ଖାନଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୨୧ରେ ଉଭୟ ଅଲଗା ହୋଇଥିଲେ ।

Comments are closed.