ଅନଲାଇନ୍ ଠକେଇର ଶିକାର ହୋଇଥିଲେ ଡାଏଲ୍ କରନ୍ତୁ ଏହି ନମ୍ବର୍, ମିଳିବ ତତ୍କାଳ ସହାୟତା | News Room Odisha

ଅନଲାଇନ୍ ଠକେଇର ଶିକାର ହୋଇଥିଲେ ଡାଏଲ୍ କରନ୍ତୁ ଏହି ନମ୍ବର୍, ମିଳିବ ତତ୍କାଳ ସହାୟତା

ନୂଆଦିଲ୍ଲୀ: ଟେକ୍ନୋଲୋଜିର ଅଗ୍ରଗତି ସହିତ ଅନଲାଇନ୍ ଠକେଇ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି | ଫୋନରେ ମିଥ୍ୟା ପରିଚୟ ଦେଇ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇନେବା ଏବେ ନିତିଦିନିଆ ଘଟଣା ହୋଇଗଲାଣି । ସ୍କାମରଙ୍କ ଉପରେ କଟକଣା ଲଗାଇବା ପାଇଁ ଭାରତ ସରକାର ଏକ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି। ଏହି ହେଲ୍ପଲାଇନ ନମ୍ବରରେ ଆପଣଙ୍କ ସହିତ ହୋଇଥିବା ଠକେଇ ସମ୍ପର୍କିତ ଅଭିଯୋଗ ରୁଊ କରିପାରିବେ | ଆସନ୍ତୁ ଆପଣଙ୍କୁ ଅଭିଯୋଗ ଦାଖଲ ପ୍ରକ୍ରିୟା ବିଷୟରେ କହିବୁ –

ଅନଲାଇନ୍ ଫ୍ରଡ୍ ମାମଲାରେ ସହାୟତା ପାଇଁ ଭାରତ ସରକାର ହେଲ୍ପଲାଇନ ନମ୍ବର ୧୫୫୨୬୦ ଆରମ୍ଭ କରିଛନ୍ତି। ସାଇବର ଠକେଇ ସହିତ ଜଡିତ କୌଣସି ଅଭିଯୋଗ ଏହି ହେଲ୍ପଲାଇନ ନମ୍ବରରେ ପଞ୍ଜିକୃତ ହୋଇପାରିବ | ଆରବିଆଇ, ପେମେଣ୍ଟ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ପ୍ରମୁଖ ବ୍ୟାଙ୍କ ସହାୟତାରେ ଏହା ‘ଇଣ୍ଡିଆନ ସାଇବର କ୍ରାଇମ୍ କୋର୍ଡିନେସନ ସେଣ୍ଟର’ ଦ୍ୱାରା ପରିଚାଳିତ।

୧୫୫୨୬୦ କୁ କଲ୍ କରିବା ପରେ ମାମଲା ରାଜ୍ୟ ପୋଲିସକୁ ହସ୍ତାନ୍ତର କରିଦିଆଯିବ। ପୋଲିସ୍ ଅପରେଟର ଫ୍ରଡ୍ ଟ୍ରାଞ୍ଜାକ୍ସନ ବିବରଣୀ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନା ରୁଜୁ କରିବ | ପୋଲିସ ‘ସିଟିଜେନ ଫାଇନାନ୍ସିଆଲ୍ ସାଇବର ଫ୍ରଡ୍ ରିପୋର୍ଟିଂ ଆଣ୍ଡ ମ୍ୟାନେଜମେଣ୍ଟ ସିଷ୍ଟମ୍’ ଟିକେଟ୍ ଆକାରରେ ଅଭିଯୋଗ ପଞ୍ଜିକରଣ କରିଥାଏ | ସେହି ଟିକେଟ୍ ସ୍ଥାନୀୟ ବ୍ୟାଙ୍କ, ୱାଲେଟ୍ ସହିତ ସେୟାର କରାଯାଇଥାଏ |

ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କ ମୋବାଇଲ୍ ନମ୍ବରକୁ ଏସ୍ଏମ୍ଏସ୍ ମାଧ୍ୟମରେ ଏକ acknowledgement ନମ୍ବର ପଠାଯାଏ | ଏଥିରେ ଏକ ଲିଙ୍କ୍ ଥାଏ ଯେଉଁଥିରେ ଆପଣଙ୍କୁ ୨୪ ଘଣ୍ଟା ମଧ୍ୟରେ ସମସ୍ତ ତଥ୍ୟ ଭରିବାକୁ ହେବ | ଆପଣଙ୍କର ଟିକେଟ୍ ବ୍ୟାଙ୍କର ରିପୋର୍ଟିଂ ପୋର୍ଟାଲରେ ଶୋ’ କରିବ | ବ୍ୟାଙ୍କର ଇଣ୍ଟରନାଲ ସିଷ୍ଟମରେ ଡିଟେଲ୍ ମଧ୍ୟ ଯାଞ୍ଚ କରାଯିବ | ଯଦି ଟଙ୍କା ଅଭିଯୁକ୍ତଙ୍କ ଆକାଉଣ୍ଟରେ ଥାଏ, ତେବେ ବ୍ୟାଙ୍କ୍ ଏହାକୁ ହୋଲ୍ଡ ତଥା ଏହାର ଉଠାଣ ସ୍ଥଗିତ ରଖିବ | ସେହି ଟଙ୍କାକୁ ଅଭିଯୁକ୍ତ ଉଠାଇବାକୁ ସକ୍ଷମ ହେବ ନାହିଁ। ଯଦି ସ୍କାମର ଅନ୍ୟର ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଛି, ତେବେ ବ୍ୟାଙ୍କ ଅନ୍ୟ ବ୍ୟାଙ୍କ୍ ପାଇଁ ଟିକେଟ୍ ତିଆରି କରି ସେଠାରେ ମଧ୍ୟ ତାର ଟଙ୍କା ଉଠାଣ ଉପରେ କଟକଣା ଲଗାଯିବ ।