ଦିଲ୍ଲୀ ସହ ଉତ୍ତର ଭାରତରେ ଭୂକମ୍ପ ଝଟକା | News Room Odisha

ଦିଲ୍ଲୀ ସହ ଉତ୍ତର ଭାରତରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସହ ଉତ୍ତର ଭାରତରେ ଗୁରୁବାର ତିନିଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଭୂକମ୍ପ କେନ୍ଦ୍ର ଆଫଗାନିସ୍ତାନରେ ଥିଲା |

ଦିଲ୍ଲୀ-ଏନସିଆର ବ୍ୟତୀତ ଜମ୍ମୁ କାଶ୍ମୀର ଓ ପାକିସ୍ତାନରେ ବି ଭୂକମ୍ପ ଅନୁଭୂତ ହୋଇଛି। ପାକିସ୍ତାନର ଲାହୋର, ଇସଲାମାବାଦ ଏବଂ ଖାଇବର ପଖତୁନଖ୍ବାରେ ମଧ୍ୟ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଥିଲା।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନରେ ଥିଲା। ଏହି ସମୟ ମଧ୍ୟରେ ଦିଲ୍ଲୀରୁ ପାକିସ୍ତାନ ପର୍ଯ୍ୟନ୍ତ ଧରିତ୍ରୀ ଥରିଥିଲା। ଲୋକମାନେ ଭୟରେ ଘର ଏବଂ ଅଫିସରୁ ବାହାରକୁ ପଳାଇ ଆସିଥିଲେ। ଏହା ପୂର୍ବରୁ ନଭେମ୍ବର ୬ ଓ ୧୧ରେ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।