ୱାଶିଂଟନ: ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା। ଟ୍ରମ୍ପ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେ ନାହିଁ। କଲୋରାଡୋର ସୁପ୍ରିମକୋର୍ଟ ତାଙ୍କୁ ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି। କ୍ୟାପିଟଲ୍ (ଆମେରିକା ସଂସଦ) ହିଂସା ପାଇଁ ତାଙ୍କୁ ଦାୟୀ କରାଯାଇଛି। ଏହି ହିଂସା ୬ ଜାନୁୟାରୀ ୨୦୨୧ରେ ଘଟିଥିଲା ।
୨୦୨୦ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପରାସ୍ତ ହୋଇଥିଲେ। ଏହା ପରେ ଜାନୁୟାରୀ ୬, ୨୦୨୧ରେ ତାଙ୍କ ସମର୍ଥକମାନେ ସଂସଦରେ ପଶି ହିଂସାକାଣ୍ଡ ଘଟାଇଥିଲେ ଏବଂ ନିର୍ବାଚନ ଫଳାଫଳରେ ଜାଲିଆତି ଅଭିଯୋଗ କରିଥିଲେ ।
ଆମେରିକାର ସମ୍ବିଧାନ ଅନୁଯାୟୀ ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ, ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ସମ୍ବିଧାନର ୧୪ ତମ ସଂଶୋଧନର ଧାରା ୩ ଅଧୀନରେ ଜଣେ ରାଷ୍ଟ୍ରପତି ପ୍ରାର୍ଥୀ ଅଯୋଗ୍ୟ ହୋଇଛନ୍ତି।
ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ ଟ୍ରମ୍ପ ଏହି ରାୟକୁ ଚ୍ୟାଲେଞ୍ଜ କରିପାରନ୍ତି।