ଜଣାଶୁଣା ଟିଭି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା | News Room Odisha

ଜଣାଶୁଣା ଟିଭି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା

ଇନ୍ଦୋର: ଜଣାଶୁଣା ଟିଭି ଅଭିନେତ୍ରୀ ବୈଶାଳୀ ଠକ୍କର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ‘ୟେ ରିସ୍ତା କ୍ୟା କହଲାତା ହୈ’ ଭଳି ଲୋକପ୍ରିୟ ସିରିଏଲରେ କାମ କରିଥିବା ବୈଶାଳୀ ଅଚାନକ ଏଭଳି ଚରମ ପଦକ୍ଷେପ କାହିଁକି ନେଲେ ତାହା ଜଣାପଡ଼ି ନାହିଁ । ଏହି ଖବର ତାଙ୍କ ପ୍ରଶଂସକ ମାନଙ୍କୁ ସ୍ତବ୍ଧ କରିଦେଇଛି । ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ଏବଂ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରିଛି ।

ବୈଶାଳୀ ଠକ୍କର ଗତ ଏକ ବର୍ଷ ଧରି ଇନ୍ଦୋରରେ ରହୁଥିଲେ। ସେ ଘରେ ରସି ଲଗାଇ ଜୀବନ ହାରିଥିବା କୁହାଯାଉଛି । ତେଜଜୀ ନାଗର ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ସେମାନେ ଏକ ସୁଇସାଇଡ୍ ନୋଟ୍ ପାଇଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ବିଫଳ ପ୍ରେମ ସମ୍ପର୍କ ଯୋଗୁଁ ବୈଶାଳୀ ଏପରି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।

ବୈଶାଳୀ ଠକ୍କର ଆତ୍ମହତ୍ୟା ଖବରକୁ ତାଙ୍କ ପରିବାର ଲୋକ ବିଶ୍ବାସ କରିପାରୁ ନାହାଁନ୍ତି। ଏହି ଘଟଣା ଟିଭି ଇଣ୍ଡଷ୍ଟ୍ରିକୁ ମଧ୍ୟ ସ୍ତବ୍ଧ କରିଛି । ସୋସିଆଲ ମିଡିଆରେ ପ୍ରଶଂସକମାନେ ବୈଶାଳୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ ଏହି ଘଟଣା ପଛର କାରଣ ଜାଣିବାକୁ ଚାହିଁଛନ୍ତି ।

ବୈଶାଳୀ ‘ସୁସରାଲ୍ ସିମର କା’ ଏବଂ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଭଳି ଲୋକପ୍ରିୟ ସିରିଏଲ ପାଇଁ ଜଣାଶୁଣା | ସେ ସିରିଏଲ ‘ସେସୁରାଲ ସିମର କା’ ରେ ‘ଅଞ୍ଜଳି ଭରଦ୍ୱାଜ’ ଏବଂ ‘ୟେ ରିସ୍ତା କ୍ୟା କେହଲତା ହୈ’ରେ ‘ସଞ୍ଜନା’ ଚରିତ୍ରରେ ଅଭିନୟ କରିଥିଲେ। ବୈଶାଳୀ ‘ସୁପର ସିଷ୍ଟର୍ସ’, ‘ବିଷ୍ ୟା ଅମୃତ’, ‘ମନମୋହିନୀ ୨’ ଏବଂ ‘ୟେ ହୈ ଆଶିକୀ’ ଭଳି ଅନେକ ସିରିଏଲରେ କାମ କରିଛନ୍ତି।