ଗୁଲମର୍ଗରେ ହିମସ୍ଖଳନ, ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ  | News Room Odisha

ଗୁଲମର୍ଗରେ ହିମସ୍ଖଳନ, ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ 

ଶ୍ରୀନଗର: ଜମ୍ମୁ କାଶ୍ମୀରର ଗୁଲମର୍ଗରେ ବୁଧବାର ହିମସ୍ଖଳନରେ ଦୁଇ ପୋଲାଣ୍ଡ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ।

ପୋଲିସ ସୂଚନା ଅନୁଯାୟୀ ବିଦେଶୀ ତଥା ସ୍ଥାନୀୟ ପର୍ଯ୍ୟଟକମାନେ ସ୍କିଂ କରୁଥିବାବେଳେ ହଠାତ୍ ହିମସ୍ଖଳନ ଘଟିଥିଲା । ବର୍ତ୍ତମାନ ସୁଦ୍ଧା ଅତି କମରେ ୧୯ ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି ବୋଲି ପୋଲିସ କହିଛି।

ଦୁଇ ପୋଲାଣ୍ଡ ନାଗରିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାରାମୁଲ୍ଲା ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ପୋଲିସ ଟିମ୍ ଏହି ଅପରେସନରେ ନିୟୋଜିତ ଅଛନ୍ତି।

ଏହି ଘଟଣାର କିଛି ସମୟ ପରେ ବାରାମୁଲ୍ଲା ଜିଲ୍ଲା ପୋଲିସ ମୁଖପାତ୍ର ଟ୍ୱିଟରରେ କହିଛନ୍ତି ଯେ ଗୁଲମାର୍ଗର ଏକ ପ୍ରସିଦ୍ଧ ସ୍କି ରିସର୍ଟ ଅଫରବାତ ଶିଖର ହାପଥଖୁଡରେ ହିମସ୍ଖଳନ ଘଟିଥିଲା । ବାରାମୁଲ୍ଲା ପୋଲିସ ଅନ୍ୟ ଏଜେନ୍ସି ସହ ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଘଟଣାସ୍ଥଳରେ ଏବେ ବି ସ୍କିୟର ଫସି ରହିଥିବା ଖବର ରହିଛି । ଏହାର ଯାଞ୍ଚ କରାଯାଉଛି ବୋଲି ସେ କହିଛନ୍ତି ।