ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ | News Room Odisha

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ

ହାଇଦ୍ରାବାଦ: ଭାରତୀୟ ବାୟୁସେନାର ଏକ ଟ୍ରେନର ବିମାନ ତେଲେଙ୍ଗାନାର ମେଡକ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ପୋଲିସର ସୂଚନାନୁସାରେ, ସୋମବାର ସକାଳ ୮.୫୫ରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ମେଡାକ ଜିଲ୍ଲାର ତୁପରାନରେ ଘଟିଛି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ବିମାନଟି ଡିଣ୍ଡିଗୁଲର ବାୟୁସେନା ଏକାଡେମୀରୁ ଉଡ଼ାଣ ଭରିଥିଲା । ସମସ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ।