ବଦଳିଲେ ଉଦୟପୁର ଏସପି, ଆଇଜି

ଉଦୟପୁର: ଟେଲର କହ୍ନେୟା ଲାଲଙ୍କ ବୀଭତ୍ସ ହତ୍ୟା ପରେ ରାଜ୍ୟରେ ଉତ୍ତେଜନା ଓ ବିକ୍ଷୋଭ ମଧ୍ୟରେ ରାଜସ୍ଥାନର ଅଶୋକ ଗେହଲୋଟ ସରକାର ୩୨ ଜଣ ପୋଲିସ ଅଧିକାରୀଙ୍କ ବଦଳି କରିଛନ୍ତି । ଉଦୟପୁରର ଏସପି ଏବଂ ଆଇଜି ମଧ୍ୟ ବଦଳିଛନ୍ତି । ପ୍ରଫୁଲ୍ଲ କୁମାରଙ୍କୁ ଉଦୟପୁରର ନୂତନ ଆଇଜି ଏବଂ ବିକାଶ ଶର୍ମାଙ୍କୁ ଉଦୟପୁରର ନୂତନ ଏସପି କରାଯାଇଛି। ପ୍ରଫୁଲ୍ଲ ମଧ୍ୟ କହ୍ନେୟା ଲାଲ ହତ୍ୟା ମାମଲା ପାଇଁ ଗଠିତ ଏସଆଇଟିର ଜଣେ ସଦସ୍ୟ। ଉଲ୍ଲେଖଯୋଗ୍ୟ ଯେ ହତ୍ୟା ଧମକ ନେଇ କହ୍ନେୟା ଲାଲ ବହୁଥର ଅଭିଯୋଗ କରିଥିଲେ ମଧ୍ୟ ଉଦୟପୁର ପୋଲିସ ତାଙ୍କୁ ସୁରକ୍ଷା ଦେଇନଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ଉଦୟପୁର ପୋଲିସ ସମାଲୋଚିତ ହୋଇଥିଲା ଏବଂ ଲୋକଙ୍କ ଅସନ୍ତୋଷ ବଢିଥିଲା।

ବିଜେପିର ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ ପାଇଁ କହ୍ନେୟା ଲାଲ ନାମକ ଜଣେ ଟେଲରଙ୍କୁ ତାଙ୍କ ଦୋକାନରେ ପଶି ଦୁଇ ଜଣ ମୁସଲିମ ଯୁବକ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ।

Comments are closed.