ଗେହଲୋଟ୍ ସରକାରଙ୍କ ନିଷ୍ପତ୍ତି, କହ୍ନେୟାଲାଲଙ୍କ ଦୁଇ ପୁଅଙ୍କୁ ମିଳିବ ସରକାରୀ ଚାକିରି

ଜୟପୁର: ଉଦୟପୁରର ମୃତ ଦରଜୀ କହ୍ନେୟା ଲାଲଙ୍କ ଦୁଇ ପୁଅଙ୍କୁ ମିଳିବ ସରକାରୀ ଚାକିରି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ନିଜେ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । କହ୍ନେୟା ଲାଲଙ୍କ ଦୁଇ ପୁଅଙ୍କୁ ସରକାରୀ ଚାକିରି ଦେବା ପାଇଁ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି | ଏନେଇ ଏକ ପ୍ରସ୍ତାବକୁ ବୁଧବାର ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି । ତେବେ ଉଭୟ ପୁଅଙ୍କୁ କେଉଁ ବିଭାଗରେ ଚାକିରି ଦିଆଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଉଲ୍ଲେଖଯୋଗ୍ୟ ଯେ, ଜୁନ୍ ୨୮ରେ ଟେଲର କହ୍ନେୟା ଲାଲଙ୍କୁ ଉଦୟପୁରର ତାଙ୍କ ଦୋକାନରେ ପଶି ଦୁଇ ମୁସଲିମ ଯୁବକ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିଲେ। ଏହି ଘଟଣା ପରେ ରାଜସ୍ଥାନ ସହ ସମଗ୍ର ଦେଶରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ଜୁନ୍ ୩୦ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହ୍ନେୟା ଲାଲଙ୍କ ପରିବାରକୁ ଭେଟି ୫୧ ଲକ୍ଷ ଟଙ୍କା ଚେକ୍ ପ୍ରଦାନ କରିଥିଲେ ଓ ତାଙ୍କର ଦୁଇ ପୁଅଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

Comments are closed.