ଆସ୍ଥା ଭୋଟ୍ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫା

ମୁମ୍ବାଇ: ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଗୁରୁବାର ଫ୍ଲୋର୍ ଟେଷ୍ଟ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିବା ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଛନ୍ତି । ଇସ୍ତଫା ଦେବା ନେଇ ତାଙ୍କର କୌଣସି ଦୁଃଖ ନାହିଁ ବୋଲି ଉଦ୍ଧବ କହିଛନ୍ତି ।

ଏହାପୂର୍ବରୁ ବୁଧବାର ରାତି ପ୍ରାୟ ୯ଟା ବେଳେ ସୁପ୍ରିମକୋର୍ଟ ଉଦ୍ଧବ ଠାକରେ ନେତୃତ୍ଵାଧୀନ ‘ମହାବିକାଶ ଅଘାଡି’ ସରକାର ବିରୋଧରେ ଆସ୍ଥା ଭୋଟ୍ ସ୍ଥଗିତ ରଖିବାକୁ ମନା କରିଦେଇଥିଲେ।

ସୁପ୍ରିମକୋର୍ଟ ରାୟ ଆସିବାର କିଛି ମିନିଟ ପରେ ଉଦ୍ଧବ ସୋସିଆଲ ମିଡିଆରେ ଲାଇଭ୍ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଥିଲେ।

ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶିୟାରି ଗୁରୁବାର ଶକ୍ତି ପରୀକ୍ଷା କରିବାକୁ ଉଦ୍ଧବ ଠାକରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.