୯/୧୧ ଆକ୍ରମଣର‌ ୨୦ ବର୍ଷ ପୂର୍ତ୍ତି, ମୃତକଙ୍କୁ ମନେ ପକାଉଛି ଆମେରିକା

ୱାଶିଂଟନ୍: ଆମେରିକାରେ ଘଟିଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ଆଜି ପୂରିଛି ୨୦ ବର୍ଷ । ଠିକ୍ ୨୦ ବର୍ଷ ତଳେ ଅଲ୍ କାଏଦାର ବିମାନ ମାଡ଼ରେ ଥରି ଉଠିଥିଲା ଆମେରିକା । ବିଶେଷକରି ନ୍ୟୁୟର୍କ ସହରର ଟୁଇନ୍ ଟାଓ୍ବାରକୁ ବିମାନ ଧକ୍କାରେ ଧରାଶାୟୀ କରିବାର ସେହି ଛାତିଥରା ଦୃଶ୍ୟ ଏବେ ବି ଲୋକଙ୍କ ମନରେ ତାଜା ରହିଛି । ସେହି ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହୋଇଥିବା ଲୋକଙ୍କୁ ଆଜି ଆମେରିକା ସ୍ମରଣ କରୁଛି ।

ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ଏବଂ ତାଲିବାନ କ୍ଷମତାକୁ ଫେରିବା ମଧ୍ୟରେ

୯/୧୧ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ସେହି ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୩୦୦୦ ଲୋକ ପ୍ରାଣ ହରାଇଥିଲେ। ଏହି ଲୋକଙ୍କ ସ୍ମୃତିରେ ତିନୋଟି ସ୍ଥାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ |

ନ୍ୟୁୟର୍କର ଗ୍ରାଉଣ୍ଡ ଜିରୋରେ, ଯେଉଁଠାରେ ବର୍ତ୍ତମାନ ଦୁଇଟି ପୁଷ୍କରିଣୀ ଅଛି ଏବଂ ଯେଉଁଠାରେ ଟ୍ୱିନ୍ ଟାୱାର୍ ଥିଲା, ସେଠାରେ ଆତଙ୍କବାଦୀ ଆକ୍ରମଣରେ ନିହତ ପ୍ରାୟ ୩୦୦୦ ଲୋକଙ୍କ ସମ୍ପର୍କୀୟ ପ୍ରାର୍ଥନା କରିବେ | ଚାରି ଘଣ୍ଟାର ଦୀର୍ଘ କାର୍ଯ୍ୟକ୍ରମ ସ୍ଥାନୀୟ ସମୟ ସକାଳ ୮.୩୦ରେ ଆରମ୍ଭ ହେବ | ଏହି ସମୟରେ ମୃତକଙ୍କ ସ୍ମୃତିରେ ୬ ସେକେଣ୍ଡର ନୀରବ‌ ପ୍ରାର୍ଥନା କରାଯିବ | ଓ୍ବାର୍ଲ୍ଡ ଟ୍ରେଡ୍ ସେଣ୍ଟରକୁ ବିମାନ ଯେଉଁ ସମୟରେ ଧକ୍କା ଦେଇଥିଲା ସେହି ସମୟରେ ସମୂହ ନୀରବ ପ୍ରାର୍ଥନା କରାଯିବ।

ଆତଙ୍କବାଦୀ ଆକ୍ରମଣର ୨୦ ବର୍ଷ ପରେ ମଧ୍ୟ ପୀଡିତଙ୍କ ଯନ୍ତ୍ରଣା କମି ନାହିଁ। ଓ୍ବାର୍ଲ୍ଡ ଟ୍ରେଡ୍ ସେଣ୍ଟର ଘଟଣାରେ ସ୍ୱାମୀଙ୍କୁ ହରାଇଥିବା ମୋନିକା ଇକେନ୍-ମର୍ଫି କହିଛନ୍ତି ଯେ ଏହା ଅନେକ ଆମେରିକୀୟଙ୍କ ପାଇଁ ଏକ ବାର୍ଷିକୀ ହୋଇପାରେ, କିନ୍ତୁ ଏହା ଏକ ଯନ୍ତ୍ରଣା ଯାହା ତାଙ୍କ ପାଇଁ ଏବଂ ତାଙ୍କ ପରି ଅନ୍ୟ ପୀଡ଼ିତ କେବେବି ଭୁଲି ପାରିବ ନାହିଁ। ସେ କହିଛନ୍ତି ଏହି ଘଟଣା କାଲି ଭଳି ଲାଗୁଛି |

୨୦ ବର୍ଷ ପୂର୍ବେ ଆଜି ଅର୍ଥାତ୍ ୧୧ ସେପ୍ଟେମ୍ବର ୨୦୦୧ରେ ବିଶ୍ବର ର ସବୁଠୁ ବଡ ଶକ୍ତି ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ନ୍ୟୁୟର୍କର ଓ୍ବାର୍ଲ୍ଡ ଟ୍ରେଡ୍ ସେଣ୍ଟରକୁ ଟାର୍ଗେଟ କରିଥିଲେ। ଏହି ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨,୯୭୭ ଲୋକ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ପାଇଁ ଅଲ୍ କାଏଦା ନିଜକୁ ଦାୟୀ କରିଥିଲା।

୯/୧୧ର ପ୍ରାୟ ୨୦ ବର୍ଷ ପରେ ମାଷ୍ଟରମାଇଣ୍ଡ ଏବଂ ଅଲ କାଏଦା ମୁଖ୍ୟ ଓସାମା ବିନ୍ ଲାଦେନକୁ ପାକିସ୍ତାନର ଆବୋଟାବାଦରେ ସ୍ଥିତ ତା’ର ଘରେ ରାତିଅଧରେ ଆକ୍ରମଣ କରି ଆମେରିକାର ନେଭିସିଲ୍ କମାଣ୍ଡୋ ହତ୍ୟା କରିଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ ଏକଦା ଅଲ କାଏଦାର ନେତାଙ୍କୁ ଆଶ୍ରୟ ଦେଇଥିବା ତାଲିବାନ ଆଜି ପୁଣି ଆଫଗାନିସ୍ତାନରେ କ୍ଷମତାକୁ ଆସିଛି ଏବଂ ଆମେରିକା ପରାଜୟ ସ୍ବୀକାର କରି ଏହି ଦେଶରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିଛି ।

Comments are closed.