ଆମେରିକାରେ ବୟସ୍କ ଓ ହାଇରିସ୍କ ଲୋକଙ୍କୁ ଦିଆଯିବ ଫାଇଜର୍ ବୁଷ୍ଟର୍ ଡୋଜ୍

ନ୍ୟୁୟର୍କ: ଆମେରିକାରେ ଫାଇଜର କୋଭିଡ ବୁଷ୍ଟର ଡୋଜକୁ ମଞ୍ଜୁରି ମିଳିଛି । ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ଏହାକୁ ଅନୁମୋଦନ କରିଛି। ଏଫଡିଏର ବିଶେଷଜ୍ଞ ପରାମର୍ଶଦାତାମାନଙ୍କର ଏକ ପ୍ୟାନେଲ୍ କହିଛି ଯେ ଫାଇଜର ଏବଂ ବାୟୋ ଟେକ୍ ଏସ୍ଇ ଦ୍ୱାରା ପ୍ରସ୍ତୁତ କୋଭିଡ୍ ବୁଷ୍ଟର୍ ଡୋଜ୍ ଗୁରୁତର ରୋଗୀ ତଥା ୬୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଦିଆଯିବା ଉଚିତ୍ ।

ଏଫଡିଏ ଏବଂ ଫାଇଜର ମୂଳତଃ ୧୬ ବର୍ଷରୁ ଅଧିକ ବୟସର ଲୋକଙ୍କୁ ବୁଷ୍ଟର୍ ଡୋଜ ଦେବା ପାଇଁ ଅନୁମୋଦନ ଲୋଡିଥିଲା, କିନ୍ତୁ ଏହା ଯୁବ ବର୍ଗ ପାଇଁ ନିରାପଦ ବୋଲି ଆବଶ୍ୟକ ତଥ୍ୟ ପ୍ରମାଣ ନଥିବାରୁ କମ୍ପାନୀର ପ୍ରସ୍ତାବକୁ ପରାମର୍ଶଦାତା ଖାରଜ କରିଥିଲେ । ଏହା ବିଶେଷ କରି ଯୁବବର୍ଗ ପାଇଁ ପାଇଁ ବିପଦ ହୋଇପାରେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଥିଲେ ।
ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନର ବିଶେଷଜ୍ଞ ପରାମର୍ଶଦାତାମାନଙ୍କର ଏକ ପ୍ୟାନେଲ୍ ୧୬ ଏବଂ ତଦୁର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ କରୋନା ଟିକା ବୁଷ୍ଟର୍ ଡୋଜ ଅନୁମୋଦନ ବିରୁଦ୍ଧରେ ଭୋଟ୍ ଦେଇଥିଲେ, କିନ୍ତୁ ଏହି ପ୍ୟାନେଲ୍ ୬୫ ବର୍ଷରୁ ଅଧିକ ଏବଂ ହାଇରିସ୍କ ଲୋକଙ୍କୁ ଫାଇଜର ବୁଷ୍ଟର୍ ଡୋଜ୍ ଦେବା ସପକ୍ଷରେ ଭୋଟ୍ ଦେଇଥିଲା।

Comments are closed.