ହୃଦଘାତରେ ବରିଷ୍ଠ ସାମ୍ବାଦିକ କମାଲ ଖାନଙ୍କ ମୃତ୍ୟୁ

ଲକ୍ଷ୍ନୌ: ବରିଷ୍ଠ ସାମ୍ବାଦିକ କମାଲ ଖାନଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଛି। ଆଜି ସକାଳେ ଲକ୍ଷ୍ନୌ ସ୍ଥିତ ବଟଲର ପ୍ୟାଲେସ କଲୋନୀରେ ତାଙ୍କର ନିଧନ ହୋଇଛି। କମାଲ ଖାନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳିଯାଇଛି।

୬୧ ବର୍ଷ ବୟସ୍କ କମଲ ଖାନ ତାଙ୍କ ପରିବାର ସହିତ ଲକ୍ଷ୍ନୌର ବଟଲର ପ୍ୟାଲେସରେ ଅବସ୍ଥିତ ଏକ ସରକାରୀ ବଙ୍ଗଳାରେ ରହୁଥିଲେ। ସେ ସାମ୍ବାଦିକା ରୁଚି କୁମାରଙ୍କୁ ବିବାହ କରିଥିଲେ। ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା । ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। କମଲ ଖାନ ଏନଡିଟିଭିର ଉତ୍ତର ପ୍ରଦେଶ ବ୍ୟୁରୋର କାର୍ଯ୍ୟନିର୍ବାହୀ ସମ୍ପାଦକ ଥିଲେ | କମାଲ ଖାନ ଗତ ତିନି ଦଶନ୍ଧି ଧରି ସାମ୍ବାଦିକତା କରୁଥିଲେ ଏବଂ ୨୨ ବର୍ଷ ଧରି ଏନଡିଟିଭି ସହିତ ଜଡିତ ଥିଲେ |

Comments are closed.