ନାଇଟ୍ କ୍ଲବରେ ଯୁବତୀଙ୍କ ସହ ରାହୁଲ ଗାନ୍ଧୀଙ୍କ ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରାହୁଲଙ୍କୁ ଏକ ପବ୍ ରେ ଜଣେ ଯୁବତୀଙ୍କ ସହ ଦେଖିବାକୁ ମିଳୁଛି | ଭିଡିଓ ଭାଇରାଲ ହେବା ପରେ ବିଜେପି ଏହାକୁ ନେଇ ରାହୁଲ ଓ କଂଗ୍ରେସକୁ ଘେରିଛି। ଏଥି ସହିତ, ଯେଉଁ ମହିଳା ତାଙ୍କ ସହ ପବ୍ ରେ ଭିଡିଓରେ ନଜର ଆସୁଛନ୍ତି, ସେ ନେପାଳର ଚୀନ୍ ରାଷ୍ଟ୍ରଦୂତ ହାଓ ୟାଙ୍କି ବୋଲି ସୋସିଆଲ ମିଡିଆରେ ଦାବି ହେଉଛି।

ଅନ୍ୟପକ୍ଷରେ ବିଜେପିର ସମାଲୋଚନାର ଜବାବ୍ ଦେଇ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାହୁଲ ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗଦେବା ଏବଂ ବିବାହ ସମାରୋହକୁ ଯିବା ଅପରାଧ ନୁହେଁ। କଂଗ୍ରେସ କହିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ବିନା ନିମନ୍ତ୍ରଣରେ ରାହୁଲ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଗସ୍ତ କରି ନଓ୍ବାଜ୍ ସରିଫଙ୍କ ଘରେ ଭୋଜନ କରି ନାହାଁନ୍ତି । ରାହୁଲ ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ଏକ ମିତ୍ରରାଷ୍ଟ୍ରକୁ ଯୋଗ ଦେବାକୁ ଯାଇଛନ୍ତି ।

Comments are closed.