ଫିଫା ବିଶ୍ୱକପରେ ମରକ୍କୋ ଠାରୁ ପରାଜୟ ପରେ ବେଲଜିୟମରେ ବ୍ୟାପକ ହିଂସା

ବ୍ରସେଲ୍ସ: କତାରରେ ଚାଲିଥିବା ଫିଫା ବିଶ୍ୱକପ ମ୍ୟାଚରେ ରବିବାର ମରକ୍କୋ ବିପକ୍ଷ ପରାଜୟ ପରେ ବେଲଜିୟମରେ ହିଂସା ଘଟିଛି । ଏହି ଘଟଣାରେ ବେଲଜିୟମ ପୋଲିସ ପ୍ରାୟ ଏକ ଡଜନ୍ ଲୋକଙ୍କୁ ଗିରଫ କରିଛି। ମରକ୍କୋର ବିଜୟ ପରେ ଦଙ୍ଗାକାରୀମାନେ ବେଲଜିୟମ ରାଜଧାନୀ ବ୍ରସେଲ୍ସରେ ଭଙ୍ଗାରୁଜା କରିବା ସହ ବହୁ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ।

ବେଲଜିୟମର ରାଜଧାନୀର ବ୍ରସେଲ୍ସରେ ଅନେକ ସ୍ଥାନରେ ଫୁଟବଲ ପ୍ରଶଂସକମାନେ ହିଂସା ଘଟାଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ କେତେକ ମରୋକ୍କୋ ପତାକାର ଘୋଡାଇ ହୋଇଥିଲେ। ଦଙ୍ଗାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପାଣି ତୋପ ଏବଂ ଲୁହବୁହା ଗ୍ୟାସ ଚଳାଇଥିଲା। ପୋଲିସର ମୁଖପାତ୍ର ଇଲସେ ୱାନ୍ ଡି କିରେ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ହିଂସାତ୍ମକ ସଂଘର୍ଷ ଘଟିଥିବା ଅଞ୍ଚଳରେ ପୋଲିସର ପାଟ୍ରୋଲିଂ ଜାରି ରହିଛି।

ବ୍ରସେଲ୍ସର ମେୟର ଫିଲିପେ କ୍ଲୋଜ ଲୋକଙ୍କୁ ସହର କେନ୍ଦ୍ରଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ରାସ୍ତାରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି। ସୁରକ୍ଷା କାରଣରୁ ପୋଲିସକୁ ସତର୍କତାମୂଳକ ପଦକ୍ଷେପ ଭାବରେ ମେଟ୍ରୋ ଏବଂ ଟ୍ରାମ ସେବାକୁ ବନ୍ଦ କରିବାକୁ ପଡ଼ିଛି। ହିଂସାକୁ ରୋକିବା ପାଇଁ ମେଟ୍ରୋ ଷ୍ଟେସନର ଫାଟକ ବନ୍ଦ କରି ରାସ୍ତାରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି ।

ରବିବାର ଖେଳାଯାଇଥିବା ଫିଫା ବିଶ୍ୱକପ ମ୍ୟାଚରେ ମରକ୍କୋ ୨-୦ ଗୋଲରେ ବେଲଜିୟମକୁ ପରାସ୍ତ କରି ବଡ ବିପର୍ଯ୍ୟୟ ଘଟାଇଥିଲା। ବେଲଜିୟମ ବିପକ୍ଷରେ ମରକ୍କୋର ଏହା ପ୍ରଥମ ବିଜୟ ବିଶ୍ୱକପ ଇତିହାସରେ ତୃତୀୟ ବିଜୟ |

Comments are closed.