ପଶ୍ଚିମବଙ୍ଗରେ କଂଗ୍ରେସକୁ ଝଟକା, ଦଳର ଏକମାତ୍ର ବିଧାୟକ ତୃଣମୂଳ କଂଗ୍ରେସରେ ଯୋଗଦେଲେ

କୋଲକାତା: ପଶ୍ଚିମବଙ୍ଗରେ କଂଗ୍ରେସର ଏକମାତ୍ର ବିଧାୟକ ବାୟରନ୍ ବିଶ୍ଵାସ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଫଳରେ ପଶ୍ଚିମବଙ୍ଗ ବିଧାନସଭାରେ ପ୍ରତିନିଧି ଶୂନ୍ୟ ହୋଇଯାଇଛି କଂଗ୍ରେସ । ବିଜୟର ତିନି ମାସ ମଧ୍ୟରେ ବିଶ୍ଵାସ ଟିଏମସିରେ ଯୋଗ ଦେଇଛନ୍ତି। ବିଶ୍ବାସ ସାଗରଦିଘୀରୁ କଂଗ୍ରେସ ବିଧାୟକ ଥିଲେ । ପଶ୍ଚିମ ମେଦିନୀପୁରର ଘାଟଲରେ ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ବାୟରନ ବିଶ୍ବାସ ସୋମବାର (ମେ ୨୯) ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ ।

ବିଶ୍ବାସ ବିଧାନସଭାରେ ଏକମାତ୍ର କଂଗ୍ରେସ ବିଧାୟକ ଥିଲେ। ତେଣୁ ତାଙ୍କ ଉପରେ ଦଳବଦଳ ଆଇନ ଲାଗୁ ହେବ ନାହିଁ ।

ସାଗରଦିଘୀ ବିଧାନସଭା ଉପନିର୍ବାଚନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ ବାୟରନ ବିଶ୍ବାସ। କଂଗ୍ରେସର ବିଜୟ ତୃଣମୂଳ କଂଗ୍ରେସ ପାଇଁ ଏକ ବଡ଼ ପରାଜୟ ବୋଲି ବିବେଚନା କରାଯାଉଥିଲା।

Comments are closed.