ନ୍ୟୁଜିଲ୍ୟାଣ୍ଡର ଟେଷ୍ଟ ଅଧିନାୟକତ୍ୱ ଛାଡ଼ିଲେ ୱିଲିୟମ୍ସନ୍ | News Room Odisha

ନ୍ୟୁଜିଲ୍ୟାଣ୍ଡର ଟେଷ୍ଟ ଅଧିନାୟକତ୍ୱ ଛାଡ଼ିଲେ ୱିଲିୟମ୍ସନ୍

ୱେଲିଙ୍ଗଟନ୍: ନ୍ୟୁଜିଲ୍ୟାଣ୍ଡର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ କେନ୍ ୱିଲିୟମସନ ଟେଷ୍ଟ ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି।

ଗତ ଛଅ ବର୍ଷ ମଧ୍ୟରେ ୱିଲିୟମସନ ୪୦ଟି ଟେଷ୍ଟରେ ନ୍ୟୁଜିଲାଣ୍ଡର ନେତୃତ୍ବ ନେଇଛନ୍ତି । ଏଥିମଧ୍ୟରୁ ସେ ରେକର୍ଡ ୨୨ଟି ଜିତିଛନ୍ତି ଓ ୧୦ଟି ହାରିଛନ୍ତି ଏବଂ ୮ଟି ଡ୍ର କରିଛନ୍ତି। ତାଙ୍କ ଅଧିନାୟକତ୍ୱରେ ନ୍ୟୁଜିଲ୍ୟାଣ୍ଡ ଗତ ବର୍ଷ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଜିତିଥିଲା।

ୱିଲିୟମ୍ସନଙ୍କ ଅଧିନାୟକତ୍ୱରେ ବିଜୟ ପ୍ରତିଶତ ୫୫ ରହିଛି । ଅନ୍ୟପକ୍ଷରେ କାମଚଳା ଅଧିନାୟକ ଟମ ଲାଥାମଙ୍କ ଅଧିନାୟକତ୍ୱରେ ୪୩ ଏବଂ ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ଇଂଲଣ୍ଡ କୋଚ୍ ବ୍ରେଣ୍ଡନ ମ୍ୟାକକୁଲମଙ୍କ ଅଧିନାୟକତ୍ୱରେ ବିଜୟ ପ୍ରତିଶତ ୩୫ ଥିଲା ।

ପେସର୍ ଟିମ୍ ସାଉଦି ନ୍ୟୁଜିଲାଣ୍ଡର ନୂଆ ଅଧିନାୟକ ହେବେ । ୩୨ ବର୍ଷୀୟ ୱିଲିୟମ୍ସନ୍ ଜଣେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍ ଭାବରେ ଖେଳିବେ। ୱିଲିୟମ୍ସନ୍ କିନ୍ତୁ ସୀମିତ ଓଭର ଫର୍ମାଟରେ ଅଧିନାୟକ ରହିବେ |