ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଉଙ୍ଗା ମାଣ୍ଡଭି ଗିରଫ | News Room Odisha

ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଉଙ୍ଗା ମାଣ୍ଡଭି ଗିରଫ

ନବରଙ୍ଗପୁର – ନବରଙ୍ଗପୁର ଜିଲ୍ଲାରେ ଜଣେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଓ ତାଙ୍କର ସହଯୋଗୀଙ୍କୁ ଗିରଫ କରାଯାଇଛି। ରାଇଘର ସଂରକ୍ଷିତ ଜଙ୍ଗଲରୁ ସେମାନଙ୍କୁ ଗିରଫ କରାଯାଇଛି।ସଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ରାଜେଶ ପଣ୍ଡିତ ଏ ନେଇ ସୂଚନା ଦେଇଛନ୍ତି । ଗିରଫ ମହିଳା ମାଓବାଦୀଙ୍କ ନାମ ଉଙ୍ଗା ମାଣ୍ଡଭି ଓରଫ ଅନୀତା। ତାଙ୍କ ସହଯୋଗୀଙ୍କ ନାମ ମଙ୍ଗଳ ବାଗ ବୋଲି ଜଣାପଡିଛି।

ଉଙ୍ଗା ମାଣ୍ଡଭି ନୂଆପଡ଼ା ମେନପୁର ଡିଭିଜନ ଏରିଆ କମିଟିର ସଦସ୍ୟା ଥିଲେ। ସେ ଗତ ୧୦ ବର୍ଷ ହେଲା ମାଓବାଦୀ ସଂଗଠନ ସହ ଜଡ଼ିତ ଅଛନ୍ତି। ତାଙ୍କର ଘର ଛତିଶଗଡ଼ର ସୁକୁମାରେ। ରାଇଘର ବ୍ଲକ ହାତୀଗାଁ ରିଜର୍ଭ ଫରେଷ୍ଟରେ ବୁଲୁଥିବା ବେଳେ ତାଙ୍କୁ ସର୍ଚ୍ଚ ଅପରେସନ ବେଳେ ପୋଲିସ ଧରିଥିଲା।

ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନାରେ ଉଙ୍ଗାଙ୍କ ନାଆଁରେ ମାମଲା ରହିଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଡିଆଇଜି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି।
ଏହାପରେ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିଆଇଜି କହିଛନ୍ତି। ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ଏସ ସୁଶ୍ରୀ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।