ଉତ୍ତର ପ୍ରଦେଶ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଗୋରଖପୁରରୁ ଲଢ଼ିବେ ଯୋଗୀ

ନୂଆଦିଲ୍ଲୀ: ଦେଶର ସବୁଠୁ ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିସାରିଛି । ଏଥିପାଇଁ ସବୁଦଳ ନିଜ ପ୍ରାର୍ଥୀ ତାଲିକା ଚୁଡାନ୍ତ କରିବାରେ ବ୍ୟସ୍ତ । କଂଗ୍ରେସ ପରେ ଆଜି ବିଜେପି ୧୦୭ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ସହରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅନ୍ୟପକ୍ଷରେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ପ୍ରୟାଗରାଜର ସିରାଥୁ ଆସନରୁ ନିର୍ବାଚନ ଲଢ଼ିବେ। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ବିଜେପି ପ୍ରାୟ ୧୭୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା କରିଥିଲା।

ବିଜେପି ମୋଟ ୧୦୭ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି, ସେଥିମଧ୍ୟରୁ ୬୩ ଜଣ ବର୍ତ୍ତମାନର ବିଧାୟକ ଅଛନ୍ତି । ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି ୨୦ ଜଣ ବିଧାୟକଙ୍କ ଟିକେଟ କମାଇଛି। ଯେଉଁମାନେ ଟିକେଟ୍ ପାଇଛନ୍ତି ସେମାନଙ୍କ ମଧ୍ୟରେ ୪୪ ଜଣ ଓବିସି, ୧୯ ଏସସି ଏବଂ ୧୦ ଜଣ ମହିଳାଙ୍କୁ ଟିକେଟ୍ ଦିଆଯାଇଛି। ଶତକଡ଼ା କଥା କହିବାକୁ ଗଲେ ୬୮% ପ୍ରାର୍ଥୀ ହେଉଛନ୍ତି ଓବିସି, ଏସସି ଏବଂ ମହିଳା |

ଯୋଗୀ ସରକାରରୁ ଗତ କିଛି ଦିନ ମଧ୍ୟରେ ତିନି ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ, ଦାରା ସିଂ ଚୌହାନ, ଧରମ ସିଂ ସାଇନି ଏବଂ ସେମାନଙ୍କ ସମର୍ଥକମାନେ ବିଜେପି ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗଦେବା ପରେ ଦଳ ବ୍ୟାକଫୁଟରେ ଅଛି ।

Comments are closed.