ଭାରତ ବିପକ୍ଷ ପ୍ରଥମ ଟେଷ୍ଟରୁୁ ଡେଭିଡ୍ ୱାର୍ଣ୍ଣର ବାଦ୍

ମେଲବୋର୍ଣ୍ଣ – ହାମଷ୍ଟ୍ରିଂ ସମସ୍ୟା ଯୋଗୁଁ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ଡିସେମ୍ବର ୧୭ରୁ ଆରମ୍ଭ ହେଉଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍ ପଡିଛନ୍ତି । ମେଲବୋର୍ଣ୍ଣରେ ଡିସେମ୍ବର ୨୬ରୁ ଖେଳାଯିବାକୁ ଥିବା ଦ୍ୱିତୀୟ ତଥା ବକ୍ସିଂ ଡେ’ ଟେଷ୍ଟରେ ୱାର୍ଣ୍ଣର ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) କହିଛି । ଦ୍ୱିତୀୟ ଦିନିକିଆ ବେଳେ ୱାର୍ଣ୍ଣର ଆହତ ହୋଇଥିଲେ । ଫଳରେ ସେ ତୃତୀୟ ଦିନିକିଆ ସହ ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରୁ ବଞ୍ଚିତ ହୋଇଥିଲେ । ପ୍ରଥମ ଟେଷ୍ଟରୁ ୱାର୍ଣ୍ଣରଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆ ପାଇଁ ଶକ୍ତ ଧକ୍କା । ୱାର୍ଣ୍ଣର ଭଲ ଫର୍ମରେ ଥିବାବେଳେ ତାଙ୍କ ଆଘାତ ସମସ୍ୟା ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ଡିସେମ୍ବର ୧୭ରୁ ଆଡିଲେଡ୍ରେ ଖେଳାଯିବ । ଏହା ଏକ ଦିବାରାତ୍ର ଟେଷ୍ଟ ହେବ । ଏହି ଟେଷ୍ଟ ପରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ନିଜ ପ୍ରଥମ ସନ୍ତାନର ଜନ୍ମ ପାଇଁ ଭାରତ ଫେରିଆସିବେ ।

Comments are closed.