ରାଜ୍ୟ କୋରୋନା ଅପଡେଟ୍ : ଆଉ ୩୩୫ ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ମାମଲା ୩ ହଜାର ୨୩୧

ଭୁବନେଶ୍ୱର- ରାଜ୍ୟରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ମୋଟ ୩୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୯୩ ଓ ସ୍ଥାନୀୟ ଅଂଚଳରୁ ୧୪୨ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫୨, ଖୋର୍ଦ୍ଧାରୁ ୩୧, ମୟୂରଭଂଜରୁ ୨୯,ବାଲେଶ୍ୱରରୁ ୨୬, ଝାରସୁଗୁଡାରୁ ୨୫, ଅନୁଗୁଳରୁ ୨୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୨୦, ପୁରୀର ୧୫ ଓ ଗଞ୍ଜାମ ଜିଲ୍ଲାରୁ ୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୩୬୪ରେ ପହଂଚିଥିବା ବେଳେ ୩ ଲକ୍ଷ ୧୮ ହଜାର ୨୭୮ ଜଣ ସୁସ୍ଥ ହେଲେଣି । ସକ୍ରିୟ ମାମଲା ସଂଖ୍ୟା ହେଉଛି ୩ ହଜାର ୨୩୧ । ୨୪ ଘଂଟାରେ ରାଜ୍ୟରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୧ ହଜାର ୮୦୨କୁ ବୃଦ୍ଧି ପାଇଛି ।

Comments are closed.