ରାଜ୍ୟରେ ୧୮୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୧୮୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୦୬ ଓ ସ୍ଥାନୀୟ ଅଂଚଳରୁ ୭୭ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ୨୦, ସମ୍ବଲପୁରରୁ ୧୯, ଖୋର୍ଦ୍ଧାରୁ ୧୯, ସୁନ୍ଦରଗଡରୁ ୧୮, ନୂଆପଡାରୁ ୧୮, ପୁରୀରୁ ୧୩, ଝାରସୁଗୁଡାରୁ ୧୧, ବରଗଡରୁ ୧୦ ମୟୂରଭଂଜରୁ ୮, ଯାଜପୁରରୁ ୭,କଟକରୁ ୭ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୩୧୦କୁ ବୃଦ୍ଧି ପାଇଛି । ୩ ଲକ୍ଷ ୨୯ ହଜାର ୩୧୯ ଜଣ ରୋଗୀ ସୁସ୍ଥ ହୋଇସାରିଲେଣି । ୨ ହଜାର ୩୯ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.