ରାଜ୍ୟରେ ୨୪ ଘଣ୍ଟାରେ ୫୨୭ ନୂଆ ପଜିଟିଭ ଚିହ୍ନଟ ,୬ଜଣ କରୋନା ଜନିତ ମୃତ୍ୟୁ 

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୨୬ ଜିଲ୍ଲାରୁ ୫୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ କୋରୋନା ପଜିଟିଭ ସଂଖ୍ଯା ୧୦୬୨୪ କୁ ବୃଦ୍ଧି ପାଇଛି ।

ଆଜି ଚିହ୍ନଟ ହୋଇଥିବା ୫୨୭ଙ୍କ ମଧ୍ୟରୁ ୩୩୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ଆଉ ୧୮୯ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ।

ରାଜ୍ୟରେ ଆଜି ଆଉ ୬ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋରେ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଛି । ମୃତ୍ୟୁ ହୋଇଥିବା ୬ଜଣଙ୍କ ମଧ୍ୟରୁ ଗଞ୍ଜାମରେ ୩, କେନ୍ଦ୍ରାପଡ଼ାରେ,ଖୋର୍ଦ୍ଧା ଓ ରାୟଗଡ଼ାରେ ଜଣେ ଲେଖାଏଁ କରୋନା ଜନିତ ମୃତ୍ୟୁ ହୋଇଛି । ଗଞ୍ଜାମରେ ୨୭ ରେ ପହଞ୍ଚିଲା କରୋନା ମୃତ୍ୟୁ ସଂଖ୍ୟା

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦୮୬୯୮ ଜଣଙ୍କ ଟେଷ୍ଟ ସାରିଥିବା ବେଳେ ସେଥିମଧ୍ୟରୁ ୧୦୬୨୪ ଟି ପଜିଟିଭ କେଶ ବାହାରିଛି ୬୭୦୩ ଜଣ ଆରୋଗ୍ୟ ଲାଭ କରିସାରିଥିବା ବେଳେ ୩୮୬୦ ଟି ଆକ୍ଟିଭ କେସ ରହିଛି ।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ:

୧.ଅନୁଗୁଳ-୧
୨.ବାଲେଶ୍ୱର-୨୬
୩.ବରଗଡ଼-୧
୪.ଭଦ୍ରକ-୨
୫.ବଲାଙ୍ଗୀର-୨୧
୬.କଟକ-୧୭
୭.ଢ଼େଙ୍କାନାଳ-୧
୮.ଗଜପତି-୩
୯.ଗଞ୍ଜାମ-୨୧୫
୧୦.ଜଗତସିଂହପୁର-୪
୧୧.ଯାଜପୁର-୨୫
୧୨.ଝାରସୁଗୁଡ଼ା-୪
୧୩.କେନ୍ଦ୍ରାପଡ଼ା-୫
୧୪.କେନ୍ଦୁଝର-୭
୧୫.ଖୋର୍ଦ୍ଧା-୫୦
୧୬.କୋରାପୁଟ-୬
୧୭.ମାଲକାନଗିରି-୩
୧୮.ମୟୁରଭଞ୍ଜ-୧୦
୧୯.ନବରଙ୍ଗପୁର-୩
୨୦.ନୟାଗଡ଼-୧୮
୨୧.ନୂଆପଡ଼ା-୪
୨୨.ପୁରୀ-୧୬
୨୩.ରାୟଗଡ଼-୧
୨୪.ସମ୍ବଲପୁର-୧
୨୫.ସୋନପୁର-୫
୨୬.ସୁନ୍ଦରଗଡ଼-୭୮

Comments are closed.