ଅନ୍ତରୀଣ ସ୍ଥିତାବସ୍ଥା ହଟାଇଲେ ହାଇକୋର୍ଟ, କଟକରେ ପ୍ରସ୍ତାବିତ ଟର୍ମିନାଲ ନିର୍ମାଣ ପାଇଁ ପଥ ପରିଷ୍କାର | News Room Odisha

ଅନ୍ତରୀଣ ସ୍ଥିତାବସ୍ଥା ହଟାଇଲେ ହାଇକୋର୍ଟ, କଟକରେ ପ୍ରସ୍ତାବିତ ଟର୍ମିନାଲ ନିର୍ମାଣ ପାଇଁ ପଥ ପରିଷ୍କାର

କଟକ- କଟକରେ ପ୍ରସ୍ତାବିତ ନେତାଜୀ ବସ ଟର୍ମିନାଲ ନିର୍ମାଣକୁ ହାଇକୋର୍ଟଙ୍କ ଅନୁମତି ମିଳିଛି । ଖାନନଗରରେ ବସ୍ ଟର୍ମିନାଲ ନେଇ ରୁଜୁ ହୋଇଥିବା ପିଆଇଏଲ ଖାରଜ ହୋଇଯାଇଛି । ଏହା ରାଜ୍ୟ ସରକାରଙ୍କ ପଲିସି ନିଷ୍ପତ୍ତି । ତେଣୁ ଏହା ଉପରେ ହସ୍ତକ୍ଷେପ ପାଇଁ ହାଇକୋର୍ଟ ମନା କରିଛନ୍ତି । ଏ ନେଇ ମଧ୍ୟବର୍ତ୍ତୀ ସ୍ଥିତାବସ୍ଥାକୁ ହଟାଇ ଦେଇଛନ୍ତି କୋର୍ଟ । ଗତ ୨ ତାରିଖରେ ସ୍ଥିତାବସ୍ଥା ଜାରି କରିଥିଲେ କୋର୍ଟ । ଟର୍ମିନାଲ ବିରୋଧରେ ୩ଟି ମାମଲା ରୁଜୁ କରିଥିଲା ।