ଅନ୍ତିମ ଜଳଯାତ୍ରାରେ ‘ବିରାଟ’ | News Room Odisha

ଅନ୍ତିମ ଜଳଯାତ୍ରାରେ ‘ବିରାଟ’

ମୁମ୍ବାଇ – ଭାରତୀୟ ନୌସେନାର ସେବାମୁକ୍ତ ବିମାନବାହୀ ଯୁଦ୍ଧ ଜାହାଦ ଆଇଏନଏସ ବିରାଟ ନିଜର ଅନ୍ତିମ ଜଳଯାତ୍ରାରେ ଗୁଜରାଟର ଅଂଲଗ ଅଭିମୁଖେ ବାହାରିଛି । ସେଠାରେ ବିରାଟକୁ ଭାଙ୍ଗି ଦିଆଯାଇ ଲୁହା ସ୍କ୍ରାପ୍ ରେ ପରିଣତ କରିଦିଆଯିବ । ଏହି ବିଶାଳକାୟ ଯୁଦ୍ଧପୋତକୁ ଅବସରପ୍ରାପ୍ତ ନୌ ସୈନିକମାନେ ଗେଟ୍ ଅଫ୍ ୱେ ଇଣ୍ଡିଆରୁ ଭାବବିହ୍ୱଳ ବିଦାୟ ଦେଇଥିଲେ ।

୨୦୧୭ ମାର୍ଚ୍ଚରେ ସେବାନିବୃତ ହୋଇଥିଲା ଆଇଏନଏସ ବିରାଟ । ଭାରତୀୟ ନୌସେନାକୁ ୩୦ ବର୍ଷ କାଳ ସେବା ଯୋଗାଇଥିଲା ବିରାଟ୍ । ବିରାଟ ପ୍ରଥମେ ବ୍ରିଟେନର ରୟାଲ ନେଭିରେ ଏଚଏମଏଚ ହରମେସ ନାଁରେ ଥିଲା । ଭାରତୀୟ ନୌସେନାରେ ସାମିଲ ହେଲା ପରେ ଏହାର ନାମ ବଦଳାଇ ଆଇଏନଏସ ବିରାଟ ରଖାଯାଇଥିଲା । ସେବା ନିବୃତ ହେଲା ପରେ ଆଇଏନଏସ ବିରାଟକୁ ସଂଗ୍ରହାଳୟରେ ପରିଣତ କରିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ତାହା ସଫଳ ହୋଇ ନ ଥିଲା ।