ଆଜି ହୋଇପାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ନିଷ୍ପତି | News Room Odisha

ଆଜି ହୋଇପାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ନିଷ୍ପତି

ଭୁବନେଶ୍ୱର- ପୁରୀ ଶ୍ରୀମନ୍ଦିର ପୁଣି ଭକ୍ତଙ୍କ ପାଇଁ ଖୋଲିବା ନେଇ ଆଜି ହୋଇପାରେ ନିଷ୍ପତି । ଏ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡକାଯାଇଥିବା ଛତିଶା ନିଯୋଗ ବୈଠକରେ ଆଲୋଚନା ହେବ । ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଡିସେମ୍ବର ୨୧ ତାରିଖରେ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର । ମନ୍ଦିର ଖୋଲାଗଲେ ସୀମିତ ସଂଖ୍ୟକ ଭକ୍ତଙ୍କୁ ହିଁ ଦର୍ଶନ ପାଇଁ ଛଡାଯିବ । ଦୈନିକ ୪ ହଜାର ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିପାରେ ବୋଲି ଜଣାପଡିଛି । ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡକାଯାଇଥିବା ବୈଠକରେ ଛତିଶା ନିଯୋଗର ମତାମତ ନିଆଗଲେ ହିଁ ଚୂଡାନ୍ତ ନିଷ୍ପତି ନିଆଯିବ ।

Puri Jagannath Temple