ଆନ୍ଧ୍ର ପ୍ରଦେଶ: ପଥର କ୍ୱାରୀରେ ବିସ୍ଫୋରଣ, ୧୦ ଶ୍ରମିକ ମୃତ | News Room Odisha

ଆନ୍ଧ୍ର ପ୍ରଦେଶ: ପଥର କ୍ୱାରୀରେ ବିସ୍ଫୋରଣ, ୧୦ ଶ୍ରମିକ ମୃତ

ହାଇଦ୍ରାବାଦ: ଆନ୍ଧପ୍ରଦେଶର କଡାପ୍ପା ଜିଲ୍ଲାରେ ଏକ ପଥର କ୍ୱାରୀରେ ବିସ୍ଫୋରଣ ଘଟି ଅତିକମ୍‌ରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଶନିବାର ସକାଳେ କଡାପ୍ପା ଜିଲ୍ଲା ମାମିଲ୍ଲାପଲ୍ଲୀ ଗ୍ରାମରେ ଘଟିଛି ।

ଘଟଣା ସମୟରେ ଉକ୍ତ ପଥର କ୍ୱାରୀରେ ପ୍ରାୟ ୪୦ ଶ୍ରମିକ କାମ କରୁଥିଲେ । ପଥରଖଣ୍ଡ ଓ ମାଟିତଳେ ଆହୁରି କିଛି ଶ୍ରମିକ ଫସି ରହିଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି ।

ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।