ଆସନ୍ତା ୧୨ରେ ଛତିଶା ନିଯୋଗ ବୈଠକ, ଶ୍ରୀମନ୍ଦିର ଖୋଲିବା ନେଇ ହେବ ଆଲୋଚନା | News Room Odisha

ଆସନ୍ତା ୧୨ରେ ଛତିଶା ନିଯୋଗ ବୈଠକ, ଶ୍ରୀମନ୍ଦିର ଖୋଲିବା ନେଇ ହେବ ଆଲୋଚନା

ଭୁବନେଶ୍ୱର- ଶ୍ରୀମନ୍ଦିର ଖୋଲିବା ନେଇ ଆଲୋଚନା କରିବାକୁ ଆସନ୍ତା ୧୨ ତାରିଖରେ ଏକ ବୈଠକ ଡକାଯାଇଛି । ଆସନ୍ତା ୧୨ ତାରିଖରେ ଛତିଶା ନିଯୋଗ ବୈଠକ ଡାକିିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ନିଯୋଗ ସେବାୟତଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ଖୋଲିବ କି ନାହିଁ , ସେ ବାବଦରେ ଆଲୋଚନା ହେବ ବୋଲି ନୀତି ପ୍ରଶାସକ ସୂଚନା ଦେଇଛନ୍ତି ।