ଆସନ୍ତା ୮ରୁ ନବମ ଓ ଏକାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ପ୍ରସ୍ତୁତ ହେଉଛି ଏସଓପି | News Room Odisha

ଆସନ୍ତା ୮ରୁ ନବମ ଓ ଏକାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ପ୍ରସ୍ତୁତ ହେଉଛି ଏସଓପି

ଭୁବନେଶ୍ୱର -ଆସନ୍ତା ୮ ତାରିଖରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ । ଦକ୍ଷତା ଥିବା ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ନିୟୋଜିତ କରିବାକୁ ଡିଇଓ ଏବଂ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅବସରପ୍ରାପ୍ତ ଶିକ୍ଷକ ବି ନିୟୋଜିତ ହେବେ । ରବିବାର ଦିନ କ୍ଲାସ ହେବ ନାହିଁ । ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ ଖୋଲିବା ପାଇଁ ବି ଏସଓି ପ୍ରସ୍ତୁତ କରାଯାଉଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି ।