ଇସ୍ରୋ ବୈଜ୍ଞାନିକ ତପନ ମିଶ୍ରଙ୍କ ଅଭିଯୋଗ : ତିନି ବର୍ଷ ତଳେ ବିଷ ଦେଇ ତାଙ୍କୁ ମାରିବାକୁ ଉଦ୍ୟମ ହୋଇଥିଲା | News Room Odisha

ଇସ୍ରୋ ବୈଜ୍ଞାନିକ ତପନ ମିଶ୍ରଙ୍କ ଅଭିଯୋଗ : ତିନି ବର୍ଷ ତଳେ ବିଷ ଦେଇ ତାଙ୍କୁ ମାରିବାକୁ ଉଦ୍ୟମ ହୋଇଥିଲା

ବେଙ୍ଗଳୁରୁ- ଇସ୍ରୋରେ ଅବସ୍ଥାପିତ ବୈଜ୍ଞାନିକ ତପନ ମିଶ୍ର ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ବୈଜ୍ଞାନିକ ମିଶ୍ର ଦାବି କରିଛନ୍ତି ଯେ, ତିନିବର୍ଷ ତଳେ ତାଙ୍କୁ ବିଷ ଦେଇ ମାରିଦେବାକୁ ଉଦ୍ୟମ ହୋଇଥିଲା । ୨୦୧୭ ମସିହା ମେ ୨୩ ତାରିଖରେ ବେଙ୍ଗଳୁରୁ ସ୍ଥିତ ଇସ୍ରୋ ହେଡକ୍ୱାର୍ଟରରେ ଏକ ପଦୋନ୍ନତି ସାକ୍ଷାତକାର ବେଳେ ତାଙ୍କୁ ଆର୍ସେନିକ ଟ୍ରାଇଅକ୍ସାଇଡ୍ ଦିଆଯାଇଥିଲା ବୋଲି ବୈଜ୍ଞାନିକ ତପନ ମିଶ୍ର କହିଛନ୍ତି । ‘ଲଙ୍ଗ୍ କେପ୍ଟ ସିକ୍ରେଟ’ ଶୀର୍ଷକ ଏକ ଫେସବୁକ୍ ପୋଷ୍ଟରେ ଏହି ଖୁଲାସା କରିଛନ୍ତି ତପନ ମିଶ୍ର । ଦୋସା ଓ ଚଟଣିରେ ବିଷ ଦେଇ ତାଙ୍କୁ ମାରିଦେବାକୁ ଉଦ୍ୟମ ହୋଇଥିଲା ।

ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇବାକୁ ଏହି ଷଡଯନ୍ତ୍ର ହୋଇଥିଲା ବୋଲି ତପନ ମିଶ୍ର ଅଭିଯୋଗ କରିଛନ୍ତି । ବର୍ତମାନ ମିଶ୍ର ଇସ୍ରୋର ବରିଷ୍ଠ ଉପଦେଷ୍ଟା ଅଛନ୍ତି । ପୂର୍ବରୁ ସେ ଅହମ୍ମଦାବାଦ ସ୍ଥିତ ଇସ୍ରୋର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଏ ମାସ ଶେଷରେ ସେ ଅବସର ନେବେ ।

ତେବେ, ମିଶ୍ରଙ୍କ ଅଭିଯୋଗ ସଂପର୍କରେ ଇସ୍ରୋ କିଛି ପ୍ରତିକ୍ରିୟା ଦେଇନାହିଁ ।