ଉତ୍ତର ପ୍ରଦେଶ ମନ୍ତ୍ରୀ ହନୁମାନ ପ୍ରସାଦ ମିଶ୍ରଙ୍କ କରୋନାରେ ମୃତ୍ୟୁ | News Room Odisha

ଉତ୍ତର ପ୍ରଦେଶ ମନ୍ତ୍ରୀ ହନୁମାନ ପ୍ରସାଦ ମିଶ୍ରଙ୍କ କରୋନାରେ ମୃତ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କରୋନା ସମ୍ପୂର୍ଣ୍ଣ ଅନିୟନ୍ତ୍ରିତ ହୋଇପଡିଛି। ୟୁପି ରାଜ୍ୟ ମନ୍ତ୍ରୀ ହନୁମାନ ପ୍ରସାଦ ମିଶ୍ରଙ୍କ ଏହି ମହାମାରୀରେ ଦେହାନ୍ତ ହୋଇଛି। ମିଶ୍ରଙ୍କୁ ଲକ୍ଷ୍ନୌର ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କୁହାଯାଉଛି ଯେ ସେ କର୍କଟ ରୋଗରେ ମଧ୍ୟ ପୀଡିତ ଥିଲେ।

ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୭ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ​​ଏବଂ ୨୮,୨୮୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଦ୍ବାରା ସୋମବାର ଜାରି ବୁଲେଟିନ୍ ଅନୁଯାୟୀ, ରାଜ୍ୟରେ କୋଭିଡ -୧୯ ମୃତ୍ୟୁସଂଖ୍ୟା ୯୯୯୭କୁ ବୃଦ୍ଧି ପାଇଛି।

ଲକ୍ଷ୍ନୌରେ ସର୍ବାଧିକ ୨୨ ଜଣଙ୍କର ମୃତ୍ୟୁ ଘଟିଛି, କାନପୁର ସହରରେ ୧୮ ଜଣ, ବାରାଣାସୀରେ ୧୦ ଜଣ, ପ୍ରୟାଗରାଜ ଏବଂ ଚାନ୍ଦୁଲିରେ ୯ ଜଣ, ବୃନ୍ଦାବନରେ ୬ ଜଣ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି।