ଓଡିଶାରେ ୯୦ ପ୍ରତିଶତ କୋରୋନା ଆକ୍ରାନ୍ତ ହୋମ ଆଇସୋଲେସନରେ ଅଛନ୍ତି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ | News Room Odisha

ଓଡିଶାରେ ୯୦ ପ୍ରତିଶତ କୋରୋନା ଆକ୍ରାନ୍ତ ହୋମ ଆଇସୋଲେସନରେ ଅଛନ୍ତି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ବର୍ତ୍ତମାନ ୯୦ ପ୍ରତିଶତ କୋରୋନା ଆକ୍ରାନ୍ତ ଲୋକ ହୋମ୍ ଆଇସୋଲେସନରେ ଅଛନ୍ତି । ୫ରୁ ୬ ପ୍ରତିଶତ ଆକ୍ରାନ୍ତ ଆଇସିୟୁରେ ଅଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ସଂକ୍ରମଣ ବଢୁଥିଲେ ବି ରାଜ୍ୟରେ ମୃତ୍ୟୁ ସଂଖ୍ୟା କମ୍ ରହିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସେ କହିଛନ୍ତି ଯେ, ରାଜ୍ୟରେ ସରକାର ୨ଟି ଏଜେଣ୍ଡାରେ କାମ କରୁଛନ୍ତି । ଲୋକଙ୍କୁ ସଠିକ ସେବା ଯୋଗାଇବା ଓ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଦ୍ୱିତୀୟ ଲହରରେ ସଂକ୍ରମଣ ବଢିବା ସହ ମାମଲା ଦୁଇଗୁଣ ହେଉଛି । ସ୍ଥିତିକୁ ଦେଖି ନୂଆ ହସପିଟାଲ୍ ଖୋଲିବା ନେଇ ଜିଲ୍ଲାପାଳଙ୍କୁ କୁହାଯାଇଥିବା ନିରଞ୍ଜନ ମିଶ୍ର କହିଛନ୍ତି ।