ଓଡିଶାର ଖ୍ୟାତନାମା ୱାର ହୀରୋ ବସନ୍ତ ମହାପାତ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ | News Room Odisha

ଓଡିଶାର ଖ୍ୟାତନାମା ୱାର ହୀରୋ ବସନ୍ତ ମହାପାତ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର- ଅବସରପ୍ରାପ୍ତ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବସନ୍ତ ମହାପାତ୍ର ଦେଶ ପାଇଁ ଏକାଧିକ ପ୍ରମୁଖ ଯୁଦ୍ଧରେ ଲଢିଥିଲେ । ତାଙ୍କର ବୀରତ୍ୱ, ଶିକ୍ଷା ପାଇଁ ପ୍ରୋତ୍ସାହନ ଓ ଦାତବ୍ୟ କାର୍ଯ୍ୟ ସବୁବେଳେ ସ୍ମରଣୀୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ ଟ୍ୱିଟ୍ କରିଛନ୍ତି ।