କଟକ ଶ୍ମଶାନକାଳୀ ମନ୍ଦିରର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ | News Room Odisha

କଟକ ଶ୍ମଶାନକାଳୀ ମନ୍ଦିରର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

କଟକ- କଟକର ପ୍ରସ୍ତାବିତ ନେତାଜୀ ବସ ଟର୍ମିନାଲ ଜାଗା ନିକଟରେ ଥିବା ଶ୍ମଶାନକାଳୀ ମନ୍ଦିରର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ପେଶାଲ ପ୍ରୋବ୍ଲେମ ପାଂଠିରୁ ଏହି ଅର୍ଥ ଅନୁମୋଦିତ ହୋଇଛି । ଏହି ଅର୍ଥରେ ମନ୍ଦିର ଏବଂ ଏହାର ଆଖପାଖ ଅଂଚଳର ସୌନ୍ଦର୍ଯ୍ୟକରଣ ହେବ ବୋଲି କଟକ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଶ୍ମଶାନକାଳୀ ମନ୍ଦିରର ଉନ୍ନତିକରମ ପାଇଁ ହାଇକୋର୍ଟଙ୍କୁ ପୂର୍ବରୁ ଅବଗତ କରିଥିଲା ଜିଲ୍ଲା ପ୍ରଶାସନ ।