କରୋନା ଅପଡେଟ୍‌: ଦେଶରେ ଆଉ ୧୨,୮୮୧ ଆକ୍ରାନ୍ତ ଚିହ୍ନଟ, ୧୦୧ ଜଣଙ୍କ ମୃତ୍ୟୁ | News Room Odisha

କରୋନା ଅପଡେଟ୍‌: ଦେଶରେ ଆଉ ୧୨,୮୮୧ ଆକ୍ରାନ୍ତ ଚିହ୍ନଟ, ୧୦୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ – ଭାରତରେ କରୋନା ସଙ୍କଟ ସମ୍ପୂର୍ଣ୍ଣ ଦୂର ହୋଇନାହିଁ । ପ୍ରତି ଦିନ ହାରାହାର ୧୦ ହଜାର ମାମଲା ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୨,୮୮୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ଆଉ ୧୦୧ ଜଣ ଲୋକଙ୍କ ଏହି ରୋଗରେ ମୃତ୍ୟୁ ହୋଇଛି । ଆଉ ୧୧,୯୮୭ ଜଣ ଲୋକ ଏହି ରୋଗରୁ ସୁସ୍ଥ ବି ହୋଇଛନ୍ତି । ତେବେ ଭଲ ଖବର ହେଉଛି ଗତ ୨୪ ଘଣ୍ଟାରେ ଦେଶର ୧୮ଟି ରାଜ୍ୟରେ କରୋନା ଜନିତ ଗୋଟିଏ ହେଲେ ବି ମୃତ୍ୟୁ ରେକର୍ଡ କରାଯାଇ ନାହିଁ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ ଏବେ ମୋଟ କରୋନା ଆକାନ୍ତଙ୍କ ସଂଖ୍ୟା ୧ କୋଟି ୯ ଲକ୍ଷ ୨୦ ହଜାର ୨୦୧କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୫୬ ହଜାର ୧୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୬ ଲକ୍ଷ ୫୬ ହଜାର ୮୪୫ ଲୋକ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ କେବଳ ୧ ଲକ୍ଷ ୩୭ ହଜାର ୩୪୨ ଲୋକ ଚିକିତ୍ସାଧୀନ ଅଛନ୍ତି ।

COVID-19