କରୋନା ଅପଡେଟ୍‌: ଦେଶରେ ଆଉ ୩୧ ହଜାର ନୂଆ ଆକ୍ରାନ୍ତ, ୩୭ ହଜାର ସୁସ୍ଥ | News Room Odisha

କରୋନା ଅପଡେଟ୍‌: ଦେଶରେ ଆଉ ୩୧ ହଜାର ନୂଆ ଆକ୍ରାନ୍ତ, ୩୭ ହଜାର ସୁସ୍ଥ

ନୂଆଦିଲ୍ଲୀ – ଭାରତରେ କରୋନା ଗ୍ରାଫ୍ କ୍ରମେ ନିମ୍ନଗାମୀ ହେବାରେ ଲାଗିଛି । ଦୈନିକ ସଂକ୍ରମିତଙ୍କ ତୁଳନାରେ ଅଧିକ ଲୋକ ସୁସ୍ଥ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୧,୫୧୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଯାହା ଗତକାଲି ତୁଳନାରେ ସମାନ୍ୟ କମ୍ । ଦିନକରେ ଆଉ ୪୧୨ ଜଣ ଲୋକଙ୍କ ଏହି ରୋଗରେ ମୃତ୍ୟୁ ହୋଇଛି । ଦୈନିକ ଆକ୍ରାନ୍ତଙ୍କ ତୁଳନାରେ ପୁରି ସୁସ୍ଥ ସଂଖ୍ୟା ଅଧିକ ରହିଛି । ଗତ ୨୪ ଘଣ୍ଟାରେ ଏହି ମହାମାରୀରୁ ଆଉ ୩୭,୭୨୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଭାରତରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭ ଲକ୍ଷ ୬୭ ହଜାର ୩୭୧କୁ ବୃଦ୍ଧି ପାଇଛି । ମୃତ୍ୟ ସଂଖ୍ୟା ୧ ଲକ୍ଷ ୪୧ ହଜାର ୭୭୨ରେ ପହଞ୍ଚିଛି । ଏହି ରୋଗରୁ ଏଯାବତ୍ ୯୨ ଲକ୍ଷ ୫୩ ହଜାର ୩୦୬ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ଭାରତରେ କେବଳ ୩ ଲକ୍ଷ ୭୨ ହଜାର ୨୯୩ ଜଣ ଚିକିତ୍ସାଧୀନ ରୋଗୀ ଅଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରେ ଦୈନିକ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ନମୁନା ପରୀକ୍ଷା କରାଯାଉଛି । ପଜିଟିଭିଟି ହାର ମଧ୍ୟ କ୍ରମାଗତ ଖସିବାରେ ଲାଗିଛି । ଭାରତରେ କରୋନା ସଂକ୍ରମଣ ସେପ୍ଟେମ୍ବର ମଧ୍ୟ ଭାଗରୁ କ୍ରମାଗତ ଭାବେ କମିଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

COVID-19