କରୋନା ସଙ୍କଟ: ଦିନକରେ ରେକର୍ଡ ୩.୮୬ ଲକ୍ଷ ମାମଲା, ୩୪୯୮ ମୃତ | News Room Odisha

କରୋନା ସଙ୍କଟ: ଦିନକରେ ରେକର୍ଡ ୩.୮୬ ଲକ୍ଷ ମାମଲା, ୩୪୯୮ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀ ସୁନାମି ଭଳି ମାଡ଼ି ଚାଲିଛି । ଦୈନିକ ସଂକ୍ରମଣ ପୁଣି ରେକର୍ଡ ଭାଙ୍ଗିଛି । ଦିନକରେ ଭାରତରେ ଆଉ ୩,୮୬,୪୫୨ ମାମଲା ଚିହ୍ନଟ ହୋଇଛି । ବିଶ୍ୱର ପ୍ରାୟ ୪୦% ମାମଲା ଏବେ ଭାରତରେ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଭାରତରେ ଏହି ମହାମାରୀରେ ଆଉ ୩୪୯୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ରୋଗରୁ ଆଉ ୨,୯୭,୫୪୦ ଜଣ ସୁସ୍ଥ ହୋଇଛନ୍ତି ।

ଦେଶରେ ଏବେ ମୋଟ ମାମଲା ୧ କୋଟି ୮୭ ଲକ୍ଷ ୬୨ ହଜାର ୯୭୬କୁ ବୃଦ୍ଧି ପାଇଛି । ମୋଟ ମୃତ୍ୟୁସଂଖ୍ୟା ୨ ଲକ୍ଷ ୮ ହଜାର ୩୩୦ରେ ପହଞ୍ଚିଛି । ଏହି ରୋଗରୁ ଏଯାବତ ୧ କୋଟିି ୫୩ ଲକ୍ଷ ୮୪ ହଜାର ୪୧୮ ଜଣ ସୁସ୍ଥ ହୋଇଛନ୍ତି । ତେବେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଚିନ୍ତା ବଢ଼ାଉଛି । ଭାରତରେ ଏବେ ମୋଟ ୩୧ ଲକ୍ଷ ୭୦ ହଜାର ୨୨୮ ସକ୍ରିୟ ରୋଗୀ ଅଛନ୍ତି ।