କଳିଙ୍ଗରେ ଆଥଲେଟ ନୀରଜ ଚୋପ୍ରାଙ୍କ ଅଭ୍ୟାସ, ଟୋକିଓ ଅଲିମ୍ପିକ୍ସ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ | News Room Odisha

କଳିଙ୍ଗରେ ଆଥଲେଟ ନୀରଜ ଚୋପ୍ରାଙ୍କ ଅଭ୍ୟାସ, ଟୋକିଓ ଅଲିମ୍ପିକ୍ସ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଜାଭେଲିନରେ ଭାରତର ମେଡାଲ ହୋପ୍ ନୀରଜ ଚୋପ୍ରା । କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ଓ ଟ୍ରେନିଂ ସୁବିଧାକୁ ପ୍ରଶଂସା କରିଛନ୍ତି ନୀରଜ ଚୋପ୍ରା ।

କଳିଙ୍ଗ ଷ୍ଟାଡିୟମରେ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଚଳାଇଥିବାରୁ ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତର ଶ୍ରେଷ୍ଠ କ୍ରୀଡାବିତଙ୍କ ଅଭ୍ୟାସ ପାଇଁ ଓଡିଶା ଭଲ ସ୍ଥାନ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି ।