କିଛି ସପ୍ତାହ ମଧ୍ୟରେ ପ୍ରସ୍ତୁତ ହେବ କୋରୋନା ଟିକା : ପ୍ରଧାନମନ୍ତ୍ରୀ | News Room Odisha

କିଛି ସପ୍ତାହ ମଧ୍ୟରେ ପ୍ରସ୍ତୁତ ହେବ କୋରୋନା ଟିକା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ – ଭାରତରେ ବ୍ୟବହାର ନିମନ୍ତେ ଆସନ୍ତା କିଛି ସପ୍ତାହ ମଧ୍ୟରେ କୋରୋନା ଭାଇରସ ଟିକା ପ୍ରସ୍ତୁତ ହୋଇଯିବା ଆଶା ରହିଛି । ଟିକା ବ୍ୟବହାର ପାଇଁ ସରକାର ବୈଜ୍ଞାନିକମାନଙ୍କଠାରୁ ସୂଚନା ପାଇବା ପରେ ଟିକାକରଣ ଆରମ୍ଭ ହେବ । କୋଭିଡ ସ୍ଥିତି ସମୀକ୍ଷା ନେଇ ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । କୋରୋନା ଭାଇରସ ଟିକାର ମୂଲ୍ୟ ନିର୍ଦ୍ଧାରଣ ଓ ବଂଟନ ବାବଦରେ ରାଜ୍ୟମାନଙ୍କ ସହ ଆଲୋଚନା ଚାଲିଛି । ପ୍ରଥମେ ବରିଷ୍ଠ ନାଗରିକଙ୍କୁ ଆଗ ଟିକା ଦିଆଯିବ । ଟିକା ପାଇଁ ଭାରତରେ ସ୍ୱତନ୍ତ୍ର ସଫ୍ଟୱେୟାର ପ୍ରସ୍ତୁତ ହୋଇଛି । ଭାରତରେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ତିନିଟି ଟିକାର ପରୀକ୍ଷଣ ହେଉଛି । ଶସ୍ତା ଓ ସୁରକ୍ଷିତ ଟିକା ଉପରେ ବିଶ୍ୱର ନଜର ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।