କେନ୍ଦ୍ରଠାରୁ ୧୧୦୦ କୋଟି ଟଙ୍କାର ବନ୍ୟା ସହାୟତା ଦାବି କଲେ ରାଜ୍ୟ ସରକାର, ବନ୍ୟା ପରବର୍ତୀ ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ଦଳର ପ୍ରଶଂସା | News Room Odisha

କେନ୍ଦ୍ରଠାରୁ ୧୧୦୦ କୋଟି ଟଙ୍କାର ବନ୍ୟା ସହାୟତା ଦାବି କଲେ ରାଜ୍ୟ ସରକାର, ବନ୍ୟା ପରବର୍ତୀ ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ଦଳର ପ୍ରଶଂସା

ଭୁବନେଶ୍ୱର- ରାଜ୍ୟର ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନରେ ଆସିଥିବା କେନ୍ଦ୍ରୀୟ ଦଳକୁ ୧୧୦୦ କୋଟିର ସହାୟତା ଦାବି କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରୀୟ ଦଳ ସହ ଗୁରୁବାର ରାଜ୍ୟ ସଚିବାଳୟରେ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଥିଲେ ।

ଆଲୋଚନାରେ ଓଡିଶା ୧୧୦୦ କୋଟିର ବନ୍ୟା ସହାୟତା ଦାବି କରିଥିଲା । ବୈଠକରେ ବନ୍ୟା କ୍ଷୟକ୍ଷତି ଓ ଏହା ପରବର୍ତୀ ପୁନରୁଦ୍ଧାର କାର୍ଯ୍ୟ ସଂପର୍କିତ ରିପୋର୍ଟ ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିଲା । ରାଜ୍ୟ ସରକାରଙ୍କ ବନ୍ୟା ପରବର୍ତୀ ପଦକ୍ଷେପକୁ କେନ୍ଦ୍ରୀୟ ଦଳ ପ୍ରଶଂସା କରିଛି । କେନ୍ଦ୍ରୀୟ ଦଳ ଦୁଇଦିନିଆ ଗସ୍ତରେ ଆସି ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲା ବୁଲି ଦେଖିଥିଲେ ।