କୋଭିଡ୍ ଲଢେ଼ଇ ପାଇଁ ସହାୟତାର ହାତ ବଢେ଼ଇଲେ ବିରାଟ ଓ ଅନୁଷ୍କା, ୨ କୋଟି ଦାନ କଲେ | News Room Odisha

କୋଭିଡ୍ ଲଢେ଼ଇ ପାଇଁ ସହାୟତାର ହାତ ବଢେ଼ଇଲେ ବିରାଟ ଓ ଅନୁଷ୍କା, ୨ କୋଟି ଦାନ କଲେ

ମୁୁମ୍ବାଇ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କୋଭିଡ-୧୯ ଲଢେଇରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏଥିପାଇଁ ଉଭୟ ଏକ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ମାଧ୍ୟମରେ ବିରାଟ ଏବଂ ଅନୁଷ୍କା ଜନ ପାଣ୍ଠି ସହାୟତାରେ ୭ କୋଟି ଟଙ୍କା ସଂଗ୍ରହ କରିବେ। ଏହା କରୋନା ସହିତ ସଂଘର୍ଷ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟବହୃତ ହେବ ‌। ବିରାଟ ଏବଂ ଅନୁଷ୍କା ନିଜେ ଏଥିପାଇଁ ୨ କୋଟି ଦାନ କରିଛନ୍ତି। ଏହି ଅଭିଯାନର ନାମ “ଇନ୍ ଦିସ୍ ଟୁଗେଦର୍” ରଖାଯାଇଛି ।

ବିରାଟ ଏବଂ ଅନୁଷ୍କା ସୋସିଆଲ ମିଡିଆ ମାଧ୍ୟମରେ ଏହି ଅଭିଯାନ ବିଷୟରେ ସୂଚନା ଦେଇଛନ୍ତି। କିଟୋ ପ୍ଲାଟଫର୍ମ ମାଧ୍ୟମରେ ଏହି ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି | ଏହା ୭ ଦିନ ଚାଲିବ । ସଂଗୃହିତ ଅର୍ଥ ଅକ୍ସିଜେନ, ଚିକିତ୍ସା ଉପକରଣ ଏବଂ ମାନବ ସମ୍ବଳ ଏବଂ ଟୀକାକରଣ ସୁବିଧା ଉପଲବ୍ଧ କରାଯିବ ପାଇଁ ବ୍ୟବହୃତ ହେବ ।

ବିରାଟ କହିଛନ୍ତି ଯେ ବର୍ତ୍ତମାନ ଆମ ଦେଶ ବେଶ୍ କଷ୍ଟଦାୟକ ପର୍ଯ୍ୟାୟ ଦେଇ ଗତି କରୁଛି। ଆମକୁ ଏଥିରେ ଏକଜୁଟ ହେବା ସହ ଆଖପାଖର ଲୋକଙ୍କ ଜୀବନ ବଞ୍ଚାଇବା ଆବଶ୍ୟକ । ଗତ ବର୍ଷ ଠାରୁଜ ଯାଏଁ ଲୋକଙ୍କୁ ଅସହାୟ ଏବଂ ଜୀବନ ହରାଇବା ଦେଖିବା ପରେ ମୁଁ ଏବଂ ଅନୁଷ୍କା ଦୁଃଖିତ ଏବଂ ବ୍ୟଥିତ । ଏଥିପାଇଁ ଆମେ ଏହି ଅଭିଯାନ ଆରମ୍ଭ କରିଛୁ, ଯାହା ଦ୍ଵାରା ଅଧିକରୁ ଅଧିକ ଲୋକଙ୍କୁ ଜୀବନ ବଞ୍ଚା ଯାଇପାରିବ।

ଏହି କଠିନ ସମୟରେ ଅନେକ କ୍ରିକେଟର ଏବଂ ବଲିଉଡ ସେଲିବ୍ରିଟି ସହାୟତାର ହାତ ବଢାଇଛନ୍ତି | ଏଥିରେ ଅଷ୍ଟ୍ରେଲୀୟ କ୍ରିକେଟର ପ୍ୟାଟ୍ କମିନ୍ସ ଏବଂ ବ୍ରେଟ୍ ଲି ଅଛନ୍ତି। ଭାରତର କୋଭିଡ୍ ଲଢେଇ ପାଇଁ ଲି ପ୍ରାୟ ୪୧ ଲକ୍ଷ ଟଙ୍କା ଏବଂ କମିନ୍ସ ପ୍ରାୟ ୩୭ ଲକ୍ଷ ଟଙ୍କା ଦାନ କରିଥିଲେ। ସଚିନ୍ ତେନ୍ଦୁଲକର, ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ୍ ପକ୍ଷରୁ ମଧ୍ୟ ଆର୍ଥିକ ସହାୟତା ଦିଆଯାଇଛି । ସେହିପରି ପ୍ରିୟଙ୍କା ଚୋପ୍ରା, ସୋନୁ ସୁଦ, ବରୁଣ ଧାୱନ, ଅକ୍ଷୟ କୁମାରଙ୍କ ପରି ଅନେକ ବଲିଉଡ୍ ଷ୍ଟାର୍ ମଧ୍ୟ କୋଭିଡ୍ ସହାୟତା ପ୍ରଦାନ କରିଛନ୍ତି ।