କୋଭିଡ ମହାମାରୀ ବିରୋଧୀ ଲଢେଇରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ , ସୁସ୍ଥ ସଂଖ୍ୟା ୨ ଲକ୍ଷ ପାର | News Room Odisha

କୋଭିଡ ମହାମାରୀ ବିରୋଧୀ ଲଢେଇରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ , ସୁସ୍ଥ ସଂଖ୍ୟା ୨ ଲକ୍ଷ ପାର

ଭୁବନେଶ୍ୱର- କୋଭିଡ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ରାଜ୍ୟ ଆଜି ସଫଳତାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଅତିକ୍ରମ କରିଛି । ଓଡିଶାରେ କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ପାର କରିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ଆଜି ୪ ହଜାର ୧୦୮ ଲୋକ କୋରୋନାରୁ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ୨ ଲକ୍ଷ ୨ ହଜାର ୩୦୨କୁ ବୃଦ୍ଧି ପାଇଛି ।

ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୭୨୧ ଜଣ ସୁସ୍ଥ ହୋଇଥିଲା ବେଳେ କଟକ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ୪୯୨ । ଯାଜପୁରରୁ ୨୧୨, ଅନୁଗୁଳରୁ ୧୮୬, ଝାରସୁଗୁଡାରୁ ୧୫୪, ଜଗତସିଂହପୁରରୁ ୧୪୩, ମୟୂରଭଂଜରୁ ୧୩୯, ସମ୍ବଲପୁରରୁ ୧୨୮, ନୂଆପଡାରୁ ୧୧୮, କଳାହାଣ୍ଡିରୁ ୧୧୭, କେନ୍ଦୁଝରରୁ ୧୧୭, ବାଲେଶ୍ୱରରୁ ୧୧୬, ସୁନ୍ଦରଗଡରୁ ୧୧୬, ବରଗଡରୁ ୧୧୪ ଓ କେନ୍ଦ୍ରାପଡାରୁ ୧୦୭ ଜଣ ସୁସ୍ଥ ହୋଇଛନ୍ତି ।

ଏଠାରେ ସୂଚନା ଦିଆଯାଇପାରେ ଯେ, ଅଧିକ ସୁସ୍ଥ ହାର ଓ କମ୍ ମୃତ୍ୟୁ ହାର ଦୃଷ୍ଟିରୁ ଓଡିଶା ,ଦେଶର ଅଗ୍ରଣୀ ରାଜ୍ୟ ମଧ୍ୟରେ ଅଛି ।