କୋରୋନା ଆକ୍ରାନ୍ତ ଗ୍ୟାଙ୍ଗଷ୍ଟର ହାଇଦରର ଚିକିତ୍ସା ଜେଲରେ କରିବା ପାଇଁ କୋର୍ଟଙ୍କ ଅନୁମତି ଲୋଡିଲେ ଜେଲ୍ କର୍ତ୍ତୃପକ୍ଷ | News Room Odisha

କୋରୋନା ଆକ୍ରାନ୍ତ ଗ୍ୟାଙ୍ଗଷ୍ଟର ହାଇଦରର ଚିକିତ୍ସା ଜେଲରେ କରିବା ପାଇଁ କୋର୍ଟଙ୍କ ଅନୁମତି ଲୋଡିଲେ ଜେଲ୍ କର୍ତ୍ତୃପକ୍ଷ

କଟକ- ଗ୍ୟାଙ୍ଗଷ୍ଟର ହାଇଦରର କୋରୋନା ଚିକିତ୍ସା ଜେଲରେ କରିବା ପାଇଁ ଅନୁମତି ଦେବାକୁ କୋର୍ଟଙ୍କୁ ଚୌଦ୍ୱାର ଜେଲ୍ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି । କଟକ ସିଡିଏମଓଙ୍କୁ ବି ଚିକିତ୍ସା ପରାମର୍ଶ ମାଗିଛନ୍ତି ଚୌଦ୍ୱାର ଜେଲ୍ କର୍ତ୍ତୃପକ୍ଷ । ଲକ୍ଷଣହୀନ ହାଇଦରକୁ କୋଭିଡ ହସପିଟାଲରେ ଭର୍ତ୍ତି କରିବା ଦରକାର ନାହିଁ ବୋଲି କଟକ ସିଡିଏମଓ ଜଣାଇସାରିଛନ୍ତି । ଗତ ୧୦ ତାରିଖରେ ହାଇଦର କଟକ ଏସସିବିରୁ ନାଟକୀୟ ଭାବେ ଫେରାର ହୋଇଯାଇଥିଲା । ଚାରି ଦିନ ପରେ ତାକୁ ତେଲେଙ୍ଗାନାରୁ ଗିରଫ କରାଯାଇଥିଲା ।