କୋରୋନା ଟିକା ପରିଚାଳନା ପାଇଁ ୨୧ ଜଣିଆ କମିଟିର ପୁନର୍ଗଠନ, ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେବେ ଅଧ୍ୟକ୍ଷ | News Room Odisha

କୋରୋନା ଟିକା ପରିଚାଳନା ପାଇଁ ୨୧ ଜଣିଆ କମିଟିର ପୁନର୍ଗଠନ, ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେବେ ଅଧ୍ୟକ୍ଷ

ଭୁବନେଶ୍ୱର- କୋରୋନା ମହାମାରୀ ବିରୋଧରେ ଲଢେଇ ଜାରି ରହିଥିବା ବେଳେ ଖୁବ୍ ଶୀଘ୍ର ଏହି ମାରାତ୍ମକ ରୋଗର ଟିକା ଉପଲବ୍ଧ ହେବା ସମ୍ଭାବନା ରହିଛି । ସାରା ବିଶ୍ୱରେ ୨୫୦ଟି ଟିକା ପରୀକ୍ଷଣ ସ୍ତରରେ ରହିଛିା । ଟିକା ଆସିଲେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଗ୍ରାଧିକାର ଭିତିରେ ଲୋକଙ୍କୁ ଦେବା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି । କୋରୋନା ଟିକାର ମାନ ଅନୁଧ୍ୟାନ ପାଇଁ ଏଇଏଫଆଇ କମିିଟିର ପୁନର୍ଗଠନ କରିଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ୨୧ ଜଣିଆ ଏଇଏଫଆଇ କମିଟିର ଅଧ୍ୟକ୍ଷ ରହିବେ । ରାଜ୍ୟ ଟିକାକରଣ ଦାୟିତ୍ୱରେ ଥିବା ଅଧିକାରୀ ସଂପାଦକ ସଦସ୍ୟ ରହିବେ । ଟିକା କେତେ ସୁରକ୍ଷିତ ଓ ଏହାର ପ୍ରଭାବ କେମିତି, ତାହା ଅନୁଧ୍ୟାନ କରିବ କମିଟି । ୧୪ ଜଣିଆ ଜିଲ୍ଲାସ୍ତରୀୟ ଏଇଏଫଆଇ କମିଟି ମଧ୍ୟ ପୁନର୍ଗଠିତ ହୋଇଛି ।