କୋରୋନା ନିୟନ୍ତ୍ରଣ ପଦକ୍ଷେପ : ପୁରୀ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଥିବା କଟକଣା ଡିସେମ୍ବର ୧୮କୁ ବୃଦ୍ଧି | News Room Odisha

କୋରୋନା ନିୟନ୍ତ୍ରଣ ପଦକ୍ଷେପ : ପୁରୀ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଥିବା କଟକଣା ଡିସେମ୍ବର ୧୮କୁ ବୃଦ୍ଧି

ପୁରୀ – କୋରୋନା ସଂକ୍ରମଣ ମାମଲାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାରେ କଟକଣା ଅବଧି ବୃଦ୍ଧି କରାଯାଇଛି । ବିବାହ, ବ୍ରତ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ଉପରେ ଥିବା ପୂର୍ବ କଟକଣାକୁ ଡିସେମ୍ବର ୧୮ ତାରିଖ ଯାଏଁ ବୃଦ୍ଧି କରାଯାଇଛି ।

ଶୋଭାଯାତ୍ରା ପାଇଁ ପୋଲିସ ଆକ୍ଟର ଧାରା ୩୦ ଅନୁସାରେ ଅନୁମତି ନେବାକୁ ପଡିବ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି । ପୁରୀ ଜିଲ୍ଲାରେ ମୋଟ ୯ ହଜାର ୭ ଶହ ୪ କୋରୋନା ମାମଲା ଥିବା ବେଳେ ୭ ହଜାର ୮ ଶହ ୨୪ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ୫୨ ଜଣଙ୍କର ମୃତ୍ୟୁ ହୋଇଛି ।