କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର: ଦ୍ୱିତୀୟ ଟେଷ୍ଟରୁ ଷ୍ଟାଡିୟମକୁ ଫେରିବେ ଦର୍ଶକ | News Room Odisha

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର: ଦ୍ୱିତୀୟ ଟେଷ୍ଟରୁ ଷ୍ଟାଡିୟମକୁ ଫେରିବେ ଦର୍ଶକ

ଚେନ୍ନାଇ – କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ଶନିବାର ଠାରୁ ଆରମ୍ଭ ହେଉଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରୁ ଷ୍ଟାଡିୟମରେ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ । ଚେନ୍ନାଇରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ବିସିସିଆଇ ଏବଂ ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍ (ଟିସିଏ) ୫୦ ପ୍ରତିଶତ ଦର୍ଶକଙ୍କୁ ଏଣ୍ଟ୍ରି ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ହେବାକୁ ଥିବା ତୃତୀୟ ମ୍ୟାଚ୍ ପାଇଁ ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ (ଜିସିଏ) ମଧ୍ୟ ୫୦% ଦର୍ଶକଙ୍କ ପ୍ରବେଶକୁ ଅନୁମତି ଦେଇଛି। ତେବେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ କୁ ଦୃଷ୍ଟିରେ ରଖି ଏହାକୁ ୧୦୦% କୁ ମଧ୍ୟ ବୃଦ୍ଧି କରାଯାଇ ପାରିବ।

ଶୃଙ୍ଖଳାର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ଚେନ୍ନାଇର ଏମ.ଚିଦାମ୍ବରମ୍ ଷ୍ଟାଡିୟମ୍ (ଚେପକ୍) ରେ ଅନୁଷ୍ଠିତ ହେବ । ପ୍ରଥମ ଟେଷ୍ଟ ମ୍ୟାଚ୍ ଦର୍ଶକଙ୍କ ବିନା ଖେଳାଯିବ । ଦ୍ୱିତୀୟ ଟେଷ୍ଟରେ, ୫୦% ଦର୍ଶକ ଅର୍ଥାତ୍ ୨୫,୦୦୦ ଦର୍ଶକ ଷ୍ଟାଡିୟମକୁ ଯାଇ ମ୍ୟାଚ୍ ଦେଖିପାରିବେ । ଚେପକର ଦର୍ଶକଙ୍କ କ୍ଷମତା ହେଉଛି ୫୦,୦୦୦ । ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଗଣମାଧ୍ୟମକୁ ପ୍ରେସ୍ ବକ୍ସରୁ କଭରେଜ୍ ଅନୁମତି ଦିଆଯାଇଛି । ତଥାପି ସାମ୍ବାଦିକ ସମ୍ମିଳନୀଗୁଡ଼ିକ ଭର୍ଚୁଆଲ୍ ହେବ । ପ୍ରଥମ ଟେଷ୍ଟ ମ୍ୟାଚ ବିନା ଦର୍ଶକରେ ଖେଳାଯାଇଥିଲା । ଦ୍ୱିତୀୟ ଟେଷ୍ଟ ପାଇଁ ସମସ୍ତ ପ୍ରୋଟୋକଲ୍ ପାଳନ କରିବା ପରେ ହିଁ ଦର୍ଶକଙ୍କୁ ଏଣ୍ଟ୍ରି ଦିଆଯିବ ।